ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି। ଗସ୍ତ ପୂର୍ବରୁ ଭୁବନେଶ୍ବର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ନିବେଶ ପାଇଁ ଓଡ଼ିଶା ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି। ଏଠାରେ, ନିବେଶକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସୁଯୋଗ ଦେବେ ଓଡ଼ିଶା ସରକାର। ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିମାନଙ୍କୁ ଏକଥା କୁହାଯାଇ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ । ସେ ଆହୁରି କହିଛନ୍ତି, ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା।
ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳ ଆଦି ବିଷୟରେ ସିଙ୍ଗାପୁରର ଶିଳ୍ପପତିମାନଙ୍କ ସହ ଆଲୋଚନା ହେବ। ଏହାଛଡ଼ା ବରିଷ୍ଠ ଶିଳ୍ପପତିମାନଙ୍କୁ ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ପାଇଁ ଆମେ ନିମନ୍ତ୍ରଣ କରିବୁ। ସେ ଆହୁରି କହିଛନ୍ତି, ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା। ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳ ଆଦି ବିଷୟରେ ସିଙ୍ଗାପୁରର ଶିଳ୍ପପତିମାନଙ୍କ ସହ ଆଲୋଚନା ହେବ। ଏହାଛଡ଼ା ବରିଷ୍ଠ ଶିଳ୍ପପତିମାନଙ୍କୁ ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ପାଇଁ ଆମେ ନିମନ୍ତ୍ରଣ କରିବୁ।