27.1 C
Bhubaneswar
Sunday, October 11, 2026
Homeଦେଶ ବିଦେଶଜିରି ନଦୀରୁ ମିଳିଲା ୩ ମହିଳାଙ୍କ ମୃତଦେହ

ଜିରି ନଦୀରୁ ମିଳିଲା ୩ ମହିଳାଙ୍କ ମୃତଦେହ

ମଣିପୁର : ଗତ ସୋମବାରଠାରୁ ମଣିପୁରର ଜିରିବାମରୁ ୬ ଜଣ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତଦେହଗୁଡ଼ିକ ଆସାମ- ମଣିପୁର ସୀମାର ଜିରିମୁଖରୁ ମିଳିଛି। ସେମାନଙ୍କୁ ଜିରିବାମ କ୍ୟାମ୍ପ ସମ୍ମୁଖରୁ ଅପହରଣ କରି ନିଆଯାଇଥିଲା। ଏହି ମୃତଦେହଗୁଡ଼ିକ ଜିରି ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍‌ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

କିଛି ଦିନ ପୂର୍ବେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୧ ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀ ନିହତ ହୋଇଥିଲେ। ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ୍‌ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବରେ ସୁରକ୍ଷାକର୍ମୀମାନେ ବଡ଼ ଧରଣର ହାମଲା କରିଥିଲେ। ଏହି ଆକ୍ରମଣର ଦିନକ ପରେ ଉକ୍ତ ଅଞ୍ଚଳରୁ ୩ ମହିଳା ଓ ୩ ଛୁଆ ନିଖୋଜ ହୋଇ ଯାଇଥିଲେ। ସେମାନେ ମୈତୀ ସମ୍ପ୍ରଦାୟର ବୋଲି ଜଣାଯାଇଛି। କୁକୀ ଉଗ୍ରବାଦୀ ଏହି ୬ ଜଣଙ୍କୁ ଅପହରଣ କରିଥିବା ଚର୍ଚ୍ଚା ହେଉଥିଲା। ଏବେ ସେମାନଙ୍କ ମଧ୍ୟରୁ ୩ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଚିହ୍ନଟ କରି ନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking