24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଗୁଳିକରି ଡେଲିଭରି ବଏଙ୍କୁ ହତ୍ୟା

ଗୁଳିକରି ଡେଲିଭରି ବଏଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୁରୁବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ପେସାରେ ଜଣେ ଡେଲିଭରି ବଏ ନାମ ଧୀରେନ୍ଦ୍ର ଦୁବେ ଓ ବୟସ ୩୨ ବର୍ଷ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ପ୍ରାତଃ ଭ୍ରମଣରେ ବାହାରିଥିବା ଲୋକେ ଗୋରଖପୁରର ଭିଟହାର କୋମା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଧୀରେନ୍ଦ୍ର ଦୁବେଙ୍କ ମୃତଦେହକୁ ଘଟଣାସ୍ଥଳରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଡେଲିଭରି ବଏଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୃତଦେହ ପଡ଼ିଥିବା ଆଖପାଖ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ତଦନ୍ତ ଜାରି ରଖିଛି। ଏଥିସହ ଡେଲିଭରି ବଏକୁ ଜାଣିଥିବା ଲୋକ ଓ ସେ ଯେଉଁ କମ୍ପାନିରେ କାମ କରୁଥିଲେ ସେଠାକାର କର୍ମଚାରୀଙ୍କ ବୟାନ ରେକର୍ଡ କରି ଯାଞ୍ଚ କରୁଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking