30.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଂ କମ୍ପାନୀ

୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଂ କମ୍ପାନୀ

ନୂଆଦିଲ୍ଲୀ : ବିମାନ କମ୍ପାନୀ ବୋଇଂ ପକ୍ଷରୁ ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଏଥିପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କୁ ନୋଟିସ ଦେବା ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ମାସ ମଧ୍ୟଭାଗରୁ ଏହା କାର୍ଯ୍ୟକାରୀ ହେବ। ସାରା ବିଶ୍ଵରେ କମ୍ପାନୀର ବିଭିନ୍ନ ୟୁନିଟରେ ନିୟୋଜିତ ୧ ଲକ୍ଷ ୭୦ ହଜାର କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରି ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ଲକ୍ଷ୍ୟରେ କମ୍ପାନୀ ଏହି ପଦକ୍ଷେପ ନେଇଛି। ଫଳରେ ୧୭ ହଜାର କର୍ମଚାରୀ ଚାକିରି ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି। କମ୍ପାନୀର ଅଧିକାଂଶ କର୍ମଚାରୀ ଦକ୍ଷିଣ କାରୋଲିନା ଏବଂ ଓ୍ବାଶିଂଟନରେ ଥିବା ମାନୁଫାକ୍‌ଚରିଂ କାରଖାନାରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ମଧ୍ୟ କମ୍ପାନୀ ଏ ନେଇ ଘୋଷଣା କରିଥିବାବେଳେ ଏ ଦିଗରେ ପଦକ୍ଷେପ ନିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଲ୍ଲି ଓର୍ଟବର୍ଗ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking