18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶପୁଣି ମୋଦୀଙ୍କ ପାଦ ଛୁଇଁଲେ ନୀତୀଶ

ପୁଣି ମୋଦୀଙ୍କ ପାଦ ଛୁଇଁଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରିଣତ ବୟସରେ ମଧ୍ୟ ପିଲାଳିଆମୀ ଛାଡିପାରୁନାହାନ୍ତି। ସେ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଛନ୍ତି। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ କରିବା ପାଇଁ ବିହାର ଗସ୍ତରେ ଯାଇଥିବା ମୋଦୀ ଆଜି ଯେତେବେଳେ ମଞ୍ଚ ଉପରେ ନିଜ ଭାଷଣ ଦେଉଥିଲେ ଠିକ୍ ସେହି ସମୟରେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁବାକୁ ଉଠିଯାଇଥିଲେ। କିନ୍ତୁ ମୋଦୀ ତାଙ୍କ ହାତକୁ ଧରି ପକାଇଥିଲେ ଏବଂ ଆଲିଙ୍ଗନ କରିନେଇଥିଲେ। ଏହି ସମୟରେ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତିଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। କେବଳ ସେତିକି ନୁହେଁ ନୀତୀଶ, ନିଜ ଭାଷଣରେ ମଧ୍ୟ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେବା ପରିପ୍ରେକ୍ଷୀରେ ମୋଦୀଙ୍କୁ ଦୀର୍ଘ ସମୟ ଧରି ପ୍ରଶଂସା କରିଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଅନ୍ୟପକ୍ଷେ ବିରୋଧୀ ଦଳଗୁଡ଼ିକ ନୀତୀଶଙ୍କ ଏପ୍ରକାର ଚାଟୁକାରିତାକୁ ନେଇ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ପ୍ରକାଶ, ଏହାପୂର୍ବରୁ ମଧ୍ୟ ନୀତୀଶ ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ସେସମୟରେ ମଧ୍ୟ ମୋଦୀ ତାଙ୍କୁ ଅଟକାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking