15.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶକସ୍‌ମେଟିକ୍‌ ସର୍ଜରି ହେଲା କାଳ; ଚାଲିଗଲା ମହିଳାଙ୍କ ଜୀବନ

କସ୍‌ମେଟିକ୍‌ ସର୍ଜରି ହେଲା କାଳ; ଚାଲିଗଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ : ସୁନ୍ଦର ଦିଶିବାକୁ ଲୋକେ କସ୍‌ମେଟିକ୍‌ ସର୍ଜରି କରୁଛନ୍ତି । କିନ୍ତୁ ବେଳେବେଳେ ଏହା ବିପଦପୂର୍ଣ୍ଣ ପ୍ରମାଣିତ ହୋଇଥାଏ । ସୁନ୍ଦର ଦିଶିବା ବଦଳରେ ଲୋକେ ଅସୁନ୍ଦର ହୋଇଯାଆନ୍ତି । ଏହାର ଅନେକ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସେ । ବେଳେବେଳେ ସ୍ଥିତି ଏତେ ଗମ୍ଭୀର ହୁଏ ଯେ ମୃତ୍ୟୁ ମଧ୍ୟ ହୋଇପାରେ । ଚୀନ୍‌ରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପାଇଁ କସ୍‌ମେଟିକ୍‌ ସର୍ଜରି ପ୍ରାଣଘାତକ ହୋଇଛି । ଦକ୍ଷିଣ ଚୀନ୍‌ର ଗୁଆଙ୍ଗଶି ପ୍ରାନ୍ତର ଗୁଇଗାଙ୍ଗ ବାସିନ୍ଦା ଲିୟୁ ନାମ୍ନୀ ଜଣେ ମହିଳା ନାନିଙ୍ଗ୍‌ ସ୍ଥିତ ଏକ କ୍ଲିନିକ୍‌ରେ କସ୍‌ମେଟିକ୍‌ ସର୍ଜରି କରାଇଥିଲେ । ୬ କସ୍‌ମେଟିକ୍‌ ସର୍ଜରି ପାଇଁ ସେ ଋଣ ନେଇ ୪.୬ ଲକ୍ଷ ଟଙ୍କା ଜମା କରିଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପ୍ରଥମେ ତାଙ୍କର ଆଖି ପଲକ ଓ ନାକ ସର୍ଜରି ହେଲା । ୨୦୨୦ ମସିହା, କୋଭିଡ୍‌-୧୯ ମହାମାରୀ ସମୟରେ ସେ ଏହି ସର୍ଜରି କରାଇଥିଲେ । ଏହାର ୫ ଘଣ୍ଟା ପରେ ସେ ଜଙ୍ଘରେ ଲିପୋସକ୍ସନ୍‌ କରାଇଲେ । ତା’ପର ଦିନ ମୁହଁ ଓ ସ୍ତନ ସର୍ଜରି କରାଇଲେ ।

ଏହି ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିଲା । ସର୍ଜରି ପରେ ଲିୟୁଙ୍କୁ ଡିସ୍‌ଚାର୍ଜ କରିଦିଆଗଲା । ତା’ପର ଦିନ ସେ ପୁଣି କ୍ଲିନିକ୍‌ରେ ପହଞ୍ଚିଲେ । ସେଠାରେ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ଆପାତକାଳୀନ ସହାୟତା ପ୍ରଦାନ କରାଗଲା ଏବଂ ଅନ୍ୟ ଏକ ହସ୍‌ପିଟାଲକୁ ସ୍ଥାନାନ୍ତର କରାଗଲା । ଦ୍ୱିପ୍ରହରରେ ତାଙ୍କୁ ମୃତ ଘୋଷଣା କରାଗଲା । ରିପୋର୍ଟ ଅନୁସାରେ, ଲିପୋସକ୍ସନ୍‌ ପ୍ରକ୍ରିୟା ପରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା, ଯାହା ପାଇଁ ମୃତ୍ୟୁ ହେଲା । ତାଙ୍କର ୮ ବର୍ଷୀୟା ଝିଅ ଓ ୪ ବର୍ଷୀୟ ପୁଅ ଅଛନ୍ତି । ଘଟଣା ପରେ ଲିୟୁଙ୍କ ପରିବାର କ୍ଲିନିକ୍‌ ବିରୋଧରେ ମକଦ୍ଦମା କଲା ଏବଂ ୧.୩୭ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲା । ଏବେ ତାଙ୍କୁ କେବଳ ୨୦୦,୦୦୦ ୟୁଆନ ମିଳିଛି । ପରବର୍ତ୍ତୀ ଯାଞ୍ଚ୍‌ରୁ ଜଣାପଡ଼ିଛି, କ୍ଲିନିକ୍‌ ପାଖରେ ସର୍ଜରି ପାଇଁ ସମସ୍ତ ଆଇନଗତ ଦସ୍ତାବିଜ ଥିଲା ଏବଂ ଡାକ୍ତରଙ୍କ ପାଖରେ ମଧ୍ୟ ଲାଇସେନ୍ସ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking