17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମୁନାଫ୍ ପଟେଲ୍ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌

ମୁନାଫ୍ ପଟେଲ୍ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସ ପୂର୍ବତନ ଭାରତୀୟ ଫାଷ୍ଟ୍ ବୋଲର୍ ମୁନାଫ୍ ପଟେଲ୍‌ଙ୍କୁ ଟିମ୍‌ର ନୂଆ ବୋଲିଂ କୋଚ୍ ନିଯୁକ୍ତ କରିଛି। ଦିଲ୍ଲୀ ଫ୍ରାଞ୍ଚାଇଜି ମଙ୍ଗଳବାର ଏହି ଘୋଷଣା କରିଛି। ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଟିମ୍‌ର ସଦସ୍ୟ ଥିବା ମୁନାଫ୍ ମୁଖ୍ୟ କୋଚ୍ ହେମାଙ୍ଗ ବଦାନୀ ଓ କ୍ରିକେଟ୍ ନିର୍ଦ୍ଦେଶକ ବେଣୁଗୋପାଳ ରାଓଙ୍କ ସହ ଦିଲ୍ଲୀ କୋଚିଂ ଷ୍ଟାଫ୍‌ର ଅଂଶବିଶେଷ ହେବେ। ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ମୁନାଫ୍‌ଙ୍କ ଏହା ବଡ଼ କୋଚିଂ କାର୍ଯ୍ୟକାଳ ହେବ। ସନ୍ନ୍ୟାସ ପରେ ମୁନାଫ୍ କେତେକ ଲିଗ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଇଥିଲେ। ଆଇପିଏଲ୍‌ରେ ସେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ, ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ କୁମ୍ବାଇ ଇଣ୍ଡିଆନ୍ସ ଏବଂ ୨୦୧୭ ସିଜନ୍‌ରେ ଗୁଜରାଟ ଲାୟନ୍ସର ପ୍ରତିନିଧିତ୍ୱ କରିଥିଲେ।
ବୋଲିଂ କୋଚ୍ ନିଯୁକ୍ତ ହେବା ପରେ ମୁନାଫ୍ ଟିମ୍ ସହ କାର୍ଯ୍ୟ ଆରମ୍ଭ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର୍ କରିଛି, ଯେଉଁଥିରେ ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍‌ଙ୍କୁ ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଜର୍ସିରେ ଦେଖିବାକୁ ମିଳୁଛି। ସେ ଦିଲ୍ଲୀ ଟିମ୍‌ରେ ଜେମ୍ସ ହୋପ୍ସଙ୍କ ସ୍ଥାନ ନେବେ। ଦିଲ୍ଲୀ ଫ୍ରାଞ୍ଚାଇଜି ରିକି ପଣ୍ଟିଂଙ୍କୁ ମୁଖ୍ୟ କୋଚ୍ ପଦରୁ ଅବ୍ୟାହତି ଦେବା ପରେ ହୋପ୍ସ ମଧ୍ୟ ଟିମ୍‌ର ହାତ ଛାଡ଼ିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking