ନୂଆଦିଲ୍ଲୀ: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ରୁ ୪୮ ଡିଗ୍ରୀ ସେଲସିୟସ ପାର କରିସାରିଲାଣି । ଦିଲ୍ଲୀ- ଏନସିଆର, ଉତ୍ତର ଭାରତ ଏବଂ ସମେତ ଓଡିଶା ସମେତ ବିଭିନ୍ନ ଅଞ୍ଚଳ ଏପରିକି ଆମ ଓଡିଶା ମଧ୍ୟ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ଲୁ କବଳରେ ରହିଛି । ବୈଜ୍ଞାନିକଙ୍କ ଅନୁସାରେ, ଏହି ଜୀବନହନ୍ତା ଗରମ ପଛରେ କେବଳ ସ୍ଥାନୀୟ କାରଣ ନାହିଁ, ବରଂ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏହି ଶକ୍ତିଶାଳୀ ସୁପର ଏଲ ନିନୋ ଦାୟୀ । ଏହା ୧୫୦ ବର୍ଷର ରେକର୍ଡ ଭାଙ୍ଗିବା ସହ ଭାରତରେ ମରୁ ଏବଂ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିପାରେ । ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁକୁ ନେଇ ଆଇଏମଡିର ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ ମାସରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ । ଓଡିଶାରେ ମଧ୍ୟ ସ୍ୱାଭାବିକ ଠାରୁ କମ ବର୍ଷା ସମ୍ଭାବନା ରହିଛି । ଏଲ ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ସେ କହିଛନ୍ତି । ସେହିପରି ମଧ୍ୟ ଭାରତରେ ୯୪ ପ୍ରତିଶତ କମ ବର୍ଷା ହେବା ଆଶଙ୍କା ରହିଛି । ଉତ୍ତର- ପୂର୍ବ ଭାରତରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି ।










