16.1 C
Bhubaneswar
Monday, February 9, 2026
Homeଖେଳଆଜି ଭାରତ- ସାଉଥ୍ ଆଫ୍ରିକା ଦ୍ୱିତୀୟ ଟି-୨୦

ଆଜି ଭାରତ- ସାଉଥ୍ ଆଫ୍ରିକା ଦ୍ୱିତୀୟ ଟି-୨୦

ନୂଆଦିଲ୍ଲୀ: ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର ଗକେବେହରାର ସେଣ୍ଟ୍ ଜର୍ଜ ପାର୍କ ୍େ‌ଟାଡିୟମ୍‌ରେ ଖେଳାଯିବ। ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିଥିବା ବେଳେ ଏବେ ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିଛି। ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ମ୍ୟାଚ୍‌ର ସିଧା ପ୍ରସାରଣ ସ୍ପୋର୍ଟ୍ସ ୧୮ ନେଟ୍‌ୱର୍କରେ କରାଯିବ। ଏହା ବ୍ୟତୀତ ମୋବାଇଲ୍ ଆପ୍ ଜିଓ ସିନେମାରେ ମଧ୍ୟ ଦର୍ଶକ ଏହାର ମଜା ଉଠାଇପାରିବେ।

ଭାରତ-ସାଉଥ୍ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଦିନ ପାଗ ଥଣ୍ଡା ରହିପାରେ। ପାଣିପାଗ ବଭାଗ ଅନୁସାରେ ତାପମାତ୍ରା ପ୍ରାୟ ୧୬ ଡିଗ୍ରୀ ସେଲ୍‌ସିୟମ୍ ରହିବ। ବର୍ଷାର ସମ୍ଭାବନା ବହୁତ କମ୍ ରହିଛି। ଫଳରେ ମ୍ୟାଚ୍ ଅବସରରେ କୌଣସି ବାଧା ସୃଷ୍ଟିର ସମ୍ଭାବନା ନାହିଁ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ୬୧ ରନ୍‌ରେ ବିଜୟୀ ହୋଇଥିଲା। ସଞ୍ଜୁ ସାମ୍‌ସନ୍ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୫୦ ବଲ୍‌ରେ ୧୦ ଛକା ଓ ୭ ଛକା ସହାୟତାରେ ୧୦୭ ରନ୍‌ର ମୂଲ୍ୟବାନ ଇନିଂସ୍ ଖେଳିଥିଲେ। ତିଳକ ବର୍ମା ୧୮ ବଲ୍‌ରେ ୩୩ ରନ୍ କରିଥିଲେ। ଭାରତ ୨୦୨ ରନ୍ କରିଥିବା ବେଳେ ଜବାବରେ ସାଉଥ୍ ଆଫ୍ରିକା ଟିମ୍ ୧୪୧ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking