23.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶଜଳବାୟୁ ପରିବର୍ତ୍ତନ: ଋତୁଚକ୍ରରେ ଅନିୟମିତତା ବଢ଼ିଛି; ପ୍ରଥମ ୯ ମାସରେ ଦେଶରେ ୩୨୩୮ ମୃତ

ଜଳବାୟୁ ପରିବର୍ତ୍ତନ: ଋତୁଚକ୍ରରେ ଅନିୟମିତତା ବଢ଼ିଛି; ପ୍ରଥମ ୯ ମାସରେ ଦେଶରେ ୩୨୩୮ ମୃତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ୱାର୍ମିଂ ଏବଂ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ଗୋଟିଏ ପଟେ ଅସ୍ୱାଭାବିକ୍ ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଅନ୍ୟପକ୍ଷେ ଏହା ପ୍ରାଣଘାତୀ ସାବ୍ୟସ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ ଚଳିତ ବର୍ଷ (୨୦୨୪)ର ପ୍ରଥମ ୯ ମାସ ମଧ୍ୟରେ କେବଳ ଖରାପ ପାଣିପାଗ ଯୋଗୁ କେବଳ ଭାରତରେ (ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ରିପୋର୍ଟ ଆଧାରରେ) ପ୍ରାୟ ୩୨୦୦ ଲୋକ ମୃତ୍ୟୁର ଶିକାର ହୋଇଛନ୍ତି।

ସେହିପରି ଏହି ୯ ମାସ ମଧ୍ୟରେ ୨. ୩୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ଦିଲ୍ଲୀର ସଂଗଠନ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ)ର ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ, ଥଣ୍ଡା ଓ ଅଦିନିଆ ବର୍ଷା ହିଁ ଏସବୁ ମୃତ୍ୟୁର ବାସ୍ତବିକ କାରଣ। ଦେଶରେ ପ୍ରବଳ ଗରମ, ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ, ବନ୍ୟା ଭଳି ଘଟଣା ନିୟମିତ ହୋଇଛି। ଏଥିଯୋଗୁ ମଧ୍ୟ ଅନେକ ଲୋକ ପ୍ରାଣ ହରାଉଛନ୍ତି। ୨୦୨୪ ର ପ୍ରଥମ ୯ ମାସ ଅର୍ଥାତ୍ ୨୭୪ ଦିନ ମଧ୍ୟରୁ ୨୫୫ ଦିନ ଭାରତରେ ଅତ୍ୟଧିକ ଖରାପ ପାଣିପାଗଜନିତ ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ ସହ ପ୍ରବଳ ଗରମ ଯୋଗୁଁ ୩,୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।

ଖରାପ ପାଗ ଯୋଗୁଁ ୩.୨ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ ୨,୩୫,୮୬୨ଟି ଘର ଓ କୋଠା ନଷ୍ଟ ହେବା ସହ ୯,୪୫୭ ଜଣ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହା ତୁଳନାରେ ୨୦୨୩ର ପ୍ରଥମ ୯ ମାସରେ ୨୭୩ ଦିନ ମଧ୍ୟରୁ ୨୩୫ ଦିନ ଖରାପ ପାଗ ରେକର୍ଡ କରାଯାଇଥିଲା। ଏଥିରେ ୨,୯୨୩ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା। ୧.୮୪ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହୋଇଥିଲା ଓ ୮୦,୨୯୩ଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ୯୨,୫୧୯ ଟି ପଶୁ ପ୍ରାଣ ହରାଇଥିଲେ। ଏପ୍ରକାର ପରିସଂଖ୍ୟାନଗତ ତଥ୍ୟରୁ ପ୍ରତ୍ୟେକ ବର୍ଷ ଗ୍ଲୋବାଲ୍ ୱାର୍ମିଂଜନିତ ପରିସ୍ଥିତି ଖରାପରୁ ଅଧିକ ଖରାପ ସ୍ତରକୁ ଗତି କରୁଥିବା ସ୍ପଷ୍ଟ ହେଉଛି। ତେବେ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଗ୍ଲୋବାଲ୍ ୱାର୍ମିଂଜନିତ ପରିବର୍ତ୍ତିତ ପାଣିପାଗ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking