25.1 C
Bhubaneswar
Friday, December 27, 2024
Homeଅପରାଧମଦ,ଚିକେନ୍ ଖୁଆଇ ଦାଦାକୁ ହତ୍ୟା କଲା ପୁତୁରା

ମଦ,ଚିକେନ୍ ଖୁଆଇ ଦାଦାକୁ ହତ୍ୟା କଲା ପୁତୁରା

ଭୋପାଳ: ମଧ୍ୟପ୍ରଦେଶ ଜବଲପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ହତ୍ୟା ମାମଲାର ସମାଧାନ କରିଛି ମାଛି । ସ୍ଥାନୀୟ ଅଞ୍ଚଳର ଏକ ବିଲରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ପରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ପରବର୍ତ୍ତୀ ସମୟରେ ମୃତଦେହ ନିକଟସ୍ଥା ଏକ ଗ୍ରାମର ୨୬ ବର୍ଷୀୟ ମନୋଜ ଠାକୁରଙ୍କର ବୋଲି ଜଣାପଡ଼ିଲା । ମନୋଜଙ୍କ ହତ୍ୟା ଘଟଣାରେ ପୋଲିସ ହତ୍ୟାକାରୀକୁ ଖୋଜିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କଲା । ଠିକ୍ ଏତିିକି ବେଳେ ପୋଲିସର ନଜର ପଡ଼ିଥିଲା ଧରମ ଠାକୁର ନାମକ ଯୁବକ ଉପରେ । ଯେଥିଲା ମୃତ ମନୋଜର ସମ୍ପର୍କୀୟ । ଯେ ସାଧାରଣ ଲୋକ ପରି ଦେଖାଯାଉଥିଲା କିନ୍ତୁ ତା’ର ବେଶଭୂଷା ଥିଲା ସନ୍ଦେହଜନକ ।

ମୁଖ୍ୟକଥା ଥିଲା ଧରମ ପିନ୍ଧିଥିବା ସାର୍ଟରେ ଖାଲି ମାଛି ଭଣ ଭଣ ହେଉଥିଲେ । ପୋଲିସକୁ ସନ୍ଦେହ ହେଲା କି, ଧରମ ଏ ହତ୍ୟାଘଟଣା ସମ୍ପର୍କରେ କିଛି ଜାଣିଥିବ ନିଶ୍ଚୟ । ଯାହାପରେ ପୋଲିସ ଧରମକୁ ଥାନା ନେଇ ସେଠାରେ ପଚରା ଉଚରା କରିଥିଲେ । ପ୍ରାରମ୍ଭିକ ସମୟରେ ତ ଧରମ କରିଥିବା ଅପରାଧକୁ ସ୍ୱୀକାର କରି ନ ଥିଲା । କିନ୍ତୁ ପୋଲିସ ବେତ ପାହାର ଖାଇବା ପରେ ସେ ସବୁ ସତ ଓଗାଳି ଦେଇଥିଲା । ଧରମ ପିନ୍ଧିଥିବା ସାର୍ଟ ଗାଢ୍ ରଙ୍ଗର ହେବା କାରଣରୁ ରକ୍ତ ଦାଗ ଦେଖାଯାଉ ନ ଥିଲା କିନ୍ତୁ ଧରମଠୁ ଦୁର୍ଗନ୍ଧ ଆସିବା ସହ ମାଛି ତା’ ଦେହଯାକ ବସୁଥିବା ଦେଖି ପୋଲିସ ସେହି ସାର୍ଟକୁ ଫୋରେନ୍ସିକ୍ ଲାବ୍‌କୁ ପଠାଇଥିଲା । ଯାହାପରେ ସାର୍ଟରେ ମନୋଜର ରକ୍ତ ଛିଟା ଲାଗିଥିବା ସ୍ୱଷ୍ଟ ହୋଇଥିଲା ।

ମନୋଜ ୩୦ ତାରିଖ ଦିନ ସକାଳେ ଘରୁ କାମକୁ ବାହାରିଯାଇଥିଲା । କିନ୍ତୁ ସେଦିନ ରାତିରେ ଆଉ ଘରକୁ ଫେରି ନ ଥିଲା । ପରଦିନ ଅର୍ଥାତ୍ ୩୧ ତାରିଖ ଦିନ ସକାଳେ ତାଙ୍କ ମୃତଦେହ ବିଲରୁ ମିଳିଥିଲା । ମନୋଜ ଓ ଧରମ ସମ୍ପର୍କରେ ଦାନା, ପୁତୁରା ଥିଲେ । ୩୦ ତାରିଖ ରାତିରେ କାମ ସାରି ଦୁହେଁ ମାର୍କେଟ୍ ଯାଇଥିଲେ । ସେଠାରେ ସେମାନେ ମଦ ଓ ଚିକେନ୍ କିଣିଥିଲେ । ଏହାପରେ ସେମାନେ ଏକ ନିଛାଟିଆ ବିଲକୁ ଯାଇ ମଦ ପିଇଥିଲେ । କିନ୍ତୁ ସେତିକି ବେଳେ ଦୁହିଁଙ୍କ ଭିତରେ ଟଙ୍କା ଭାଗବଣ୍ଟାକୁ ନେଇ କଥା କଟାକଟି ଆରମ୍ଭ ହୋଇଗଲା । ଯାହାପରେ ଧରମ ରାଗିଯାଇ ତା’ ପାଖରେ ଥିବା ଧାରୁଆ ବସ୍ତୁରେ ମନୋଜକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ମନୋଜ ମୃତ୍ୟୁ ଘଟିଥିଲା । ଏହା ଦେଖି ଧରମ ସେଠାରୁ ଚାଲିଯାଇ ଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking