28.1 C
Bhubaneswar
Thursday, March 5, 2026
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ କରିବାର କିଛି ସମୟ ପରେ..

ନାବାଳିକାଙ୍କୁ ଦୁଷ୍କର୍ମ କରିବାର କିଛି ସମୟ ପରେ..

ନୂଆଦିଲ୍ଲୀ: ମୁମ୍ବାଇରେ ନାବାଳିକାଙ୍କୁ ଦୁଷ୍କର୍ମ କରିବାର କିଛି ସମୟ ପରେ ଦୁଷ୍କର୍ମକାରୀର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ମା’ଙ୍କ ଅଭିଯୋଗ ପରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି ଯାଞ୍ଚ କରାଯାଉଛି। ଡିବି ରୋଡ ପୁଲିସ ଷ୍ଟେସନ ମୁମ୍ବାଇ ସୂତ୍ରରୁ ପ୍ରକାଶ, ଗ୍ରାଣ୍ଟ ରୋଡ ଅଞ୍ଚଳରେ ଥିବା ଏକ ହୋଟେଲରୁ ଫୋନ ଆସିଥିଲା। ଏହି ଫୋନ କଲରେ ହୋଟେଲ ରୁମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଯାଞ୍ଚ ଆରମ୍ଭ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ବ୍ୟକ୍ତିଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଥିବା କୁହାଯାଉଛି। ଏହି ଯାଞ୍ଚରୁ ଜଣାପଡ଼ିଥିଲା ଉକ୍ତ ବ୍ୟକ୍ତି ଜଣକ ୧୪ବର୍ଷର ଜଣେ ନାବାଳିକାଙ୍କୁ ସାଙ୍ଗରେ ଧରି ବୁକ କରିଥିବା ହୋଟେଲ ରୁମକୁ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହଠାତ ବ୍ୟକ୍ତିଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇଯାଇଥିଲା। ଦେଖୁଦେଖୁ ସେ ଚଟାଣରେ ଟଳି ପଡ଼ିଥିଲେ।

ଏନେଇ ହୋଟେଲ ପରିଚାଳକଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ପୁଲିସ ଉକ୍ତ ବ୍ୟକ୍ତଙ୍କ ସହିତ ଆସିଥିବା ନାବଳିକାଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚରା କରିଥିଲା। ଏହି ସମୟରେ ନାବାଳିକା ଜଣକ କହିଥିଲେ, ‘ମୋ ସହିତ ଥିବା ବ୍ୟକ୍ତିଙ୍କ ସହିତ ମୋର କିଛି ବି ସମ୍ପର୍କ ନାହିଁ ମୁଁ ତାଙ୍କୁ ଜାଣିବି ବି ନାହିଁ। ସେ ମୋତେ ଜୋରଜବରଦସ୍ତ ଗୁଜୁରାଟରୁ ଉଠାଇ ଆଣି ଏହି ହୋଟେଲରେ ରଖି ମୋ ସହିତ ଦୁଷ୍କର୍ମ କରିଥିଲେ।’ ପୀଡ଼ିତାଙ୍କ ଠାରୁ ତାଙ୍କ ଘରର ଠିକଣା ଜାଣିବା ପରେ ପୁଲିସ ତାଙ୍କ ମା’ଙ୍କୁ ଥାନାକୁ ଡକାଇଥିଲା। ପୀଡ଼ିତା ମା’ଙ୍କ ଅଭିଯୋଗ କ୍ରମେ ଭାରତୀୟ ଦଣ୍ଡ ବିଧାନ ଆଇନ ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ପୀଡ଼ିତ ଜଣକ କେ?ଣସି ସ୍ୟାକ୍ସ ରାକେଟରେ ସାମିଲ ଅଛନ୍ତି କି ନାହିଁ, ସେ ଗୁଜୁରାଟରୁ ମୁମ୍ବାଇ କେମିତି ଆସିଲେ ସେ ଦିଗରେ ପୁଲିସ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking