25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶବଡ଼ ଖୁଲାସା; ମଦ ବିକ୍ରିରେ ସବୁଠୁ ଆଗରେ ଏହି ରାଜ୍ୟ

ବଡ଼ ଖୁଲାସା; ମଦ ବିକ୍ରିରେ ସବୁଠୁ ଆଗରେ ଏହି ରାଜ୍ୟ

ନୂଆଦିଲ୍ଲୀ: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (ଏନ୍‌ଆଇପିଏଫପି) ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ତେଲେଙ୍ଗାନା ଭାରତରେ ମଦ ବିକ୍ରି କ୍ଷେତ୍ରରେ ସବୁଠାରୁ ଆଗୁଆ ରାଜ୍ୟ ଭାବରେ ଉଭା ହୋଇଛି । ଏଠାରେ ରହୁଥିବା ବାସିନ୍ଦାମାନେ ଅନ୍ୟ ରାଜ୍ୟ ଅପେକ୍ଷା ମଦ ପିଇବା ପାଇଁ ମୁଣ୍ଡପିଛା ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ଯଦି ରିପୋର୍ଟ ଦେଖିବା ତେବେ ତେଲେଙ୍ଗାନା ବାସିନ୍ଦା ମଦ୍ୟପାନ ପାଇଁ ମୁଣ୍ଡପିଛା ହାରାହାରି ୧୬୨୩ ଟଙ୍କା ଖର୍ଚ୍ଚ କରନ୍ତି । ସେହିପରି ତେଲେଙ୍ଗାନାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କ ମୁଣ୍ଡପିଛା ବ୍ୟୟ ୧୩୦୬ ଟଙ୍କା ରହିଛି । ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ, ମଦ୍ୟପାନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ମଧ୍ୟରେ ପଞ୍ଜାବ ଓ ଛତିଶଗଡ ରହିଛି । ପଞ୍ଜାବରେ ମୁଣ୍ଡପିଛା ହାରାହାରି ୧୨୪୫ ଟଙ୍କା ଏବଂ ଛତିଶଗଡରେ ୧୨୨୭ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେପଟେ, ଯଦି ମଦ ପାଇଁ କମ୍ ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ବିଷୟରେ ତେବେ ଏହା ଭିତରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନ, ତ୍ରିପୁରା ଏବଂ ମଧ୍ୟପ୍ରଦେଶ ରାଜ୍ୟଗୁଡିକ ଅନ୍ତର୍ଭୁକ୍ତ ।

ଏହି ରାଜ୍ୟଗୁଡିକର ଲୋକମାନେ ମଦ୍ୟପାନ ପାଇଁ କମ୍ ଟଙ୍କା ଖର୍ଚ୍ଚ କରନ୍ତି । ସୂଚନା ଅନୁସାରେ, ତେଲେଙ୍ଗାନାରେ ପ୍ରାୟ ୨୬୨୦ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି । ସେହିପରହି ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବାର ଏବଂ ପବ୍ ଅଛି । ସରକାରୀ ଆକଳନ ଅନୁଯାୟୀ, ନିକଟରେ ହୋଇଥିବା ଦୁର୍ଗାପୂଜା ସମୟରେ ରାଜ୍ୟରେ ୧୦୦୦ କୋଟିରୁ ଅଧିକ ମୂଲ୍ୟର ମଦ ବିକ୍ରି ହୋଇଥିଲା । ସେଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ମଦ ଏବଂ ୧୮ ଲକ୍ଷ ବିଅର ବିକ୍ରି ହୋଇଥିଲା । ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଅର ବିକ୍ରିରେ ତେଲେଙ୍ଗାନା ଦେଶର ଦକ୍ଷିଣ ରାଜ୍ୟମାନଙ୍କ ମଧ୍ୟରେ ଆଗରେ ରହିଛି । ଏଠାରେ ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ୩୦୨.୮୪ ଲକ୍ଷ ଟଙ୍କାର ବିୟର ବିକ୍ରି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ସମାନ ସମୟ ମଧ୍ୟରେ ୧୬୯ ଲକ୍ଷ ବିୟର ବିକ୍ରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking