17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭାରତ ପ୍ରତ୍ୟର୍ପଣ ହେବ ଅନ୍‌ମୋଲ୍ ବିଷ୍ଣୋଇ

ଭାରତ ପ୍ରତ୍ୟର୍ପଣ ହେବ ଅନ୍‌ମୋଲ୍ ବିଷ୍ଣୋଇ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲ ବିଷ୍ନୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ପ୍ରକ୍ରିୟା ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ଆମେରିକାରେ ଡେରା ପକାଇଥିବା ଅନ୍‌ମୋଲ୍‌କୁ ଏବେ ଭାରତ ଫେରାଇ ଆଣିବା ପାଇଁ ମୁମ୍ବାଇ ପୁଲିସ୍ ଅଣ୍ଟା ଭିଡିଛି। ପ୍ରକାଶ, ଆମେରିକୀୟ ସୁରକ୍ଷା ଏଜେନ୍ସି ଅଧିକାରୀମାନେ ଅନମୋଲର ଉପସ୍ଥିତିକୁ ଭାରତୀୟ ଅଧିକାରୀଙ୍କ ନିକଟରେ ନିଶ୍ଚିତ କରିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍ ଗ୍ୟାଙ୍ଗ୍‌ଷ୍ଟର ଅନମୋଲ ବିଷ୍ନୋଇର ପ୍ରତ୍ୟର୍ପଣ ମାମଲାକୁ ନେଇ ବିଶେଷ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (ଏମ୍‌ସିଓସିଏ) କୋର୍ଟ (ସେସନ କୋର୍ଟ)କୁ ସୂଚନା ଦେଇଛି। ଅନମୋଲକୁ ଗିରଫ କରିବା ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଜାରି କରିସାରିଛନ୍ତି।

କୋର୍ଟରୁ ଡକ୍ୟୁମେଣ୍ଟ ଗୁଡ଼ିକ ପାଇବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଆନୁଷ୍ଠାନିକ ପ୍ରସ୍ତାବ ପଠାଯିବ। ଏସବୁ ମଧ୍ୟରେ ଅନମୋଲ୍‌କୁ ଆମେରିକାରେ ଖୋଜିବାରେ ସହାୟତା କରିବାକୁ ଏକ ରେଡ୍ କର୍ଣ୍ଣର ନୋଟିସ୍ (ଆରସିଏନ୍‌) ଜାରି କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି। ପ୍ରକାଶ, ଅନ୍‌ମୋଲ୍ ବିରୋଧରେ ଭାରତରେ ପ୍ରାୟ ୧୭ରୁ ଅଧିକ ଅପରାଧିକ ମାମଲା ରୁୁଜୁ ହୋଇଛି। ଲରେନ୍ସ ବିଷ୍ଣୋଇ ଗୋଲ୍‌ଡି ବ୍ରାର ସହ ମିଶି ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ସମ୍ମୁଖରେ ଘଟାଇଥିବା ଗୁଳିକାଣ୍ଡ ଘଟଣାରେ, ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣାରେ ଏବଂ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ଅନମୋଲ୍‌ର ସଂପୃକ୍ତି ଥିବା ନିଶ୍ଚିତ ହୋଇଛି। ଗତ ସପ୍ତାହରେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଅନମୋଲର ନାଁକୁ ନାମକୁ ବହୁ ଚର୍ଚ୍ଚିତ ତାଲିକାରେ ଯୋଡିଥିଲା ଏବଂ କେହି ଅନ୍‌ମୋଲ୍ ସମ୍ପର୍କରେ କିଛି ବି ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ବି ଘୋଷଣା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking