30.8 C
Bhubaneswar
Wednesday, July 15, 2026
Homeଦେଶ ବିଦେଶଜନତାଙ୍କୁ ବୋକା ବନାଉଛି ବିଜେପି: କଂଗ୍ରେସ

ଜନତାଙ୍କୁ ବୋକା ବନାଉଛି ବିଜେପି: କଂଗ୍ରେସ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି। ଏବେ ବିଜେପିକୁ ଟାର୍ଗେଟ୍ କରିବାକୁ ଯାଇ କଂଗ୍ରେସ ପୁଣିଥରେ ପ୍ରତିକ୍ରିୟା ଦେଇଛି। କଂଗ୍ରେସ ଶନିବାର ଦାବି କରିଛି ଯେ ‘ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ଆଲାଏନ୍ସ’ ବା ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) କାର୍ଯ୍ୟ ଆଧାରରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜନସାଧାରଣଙ୍କ ସମର୍ଥନ ଲୋଡିଛି, କିନ୍ତୁ ଘୃଣା ରାଜନୀତି କରି ବିଜେପି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି।

କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଝାଡ଼ଖଣ୍ଡର ଲୋକମାନେ କୌଣସି ପ୍ରକାର ପ୍ରତାରଣାରେ ପଡ଼ିବେ ନାହିଁ ଏବଂ କଂଗ୍ରେସ ସମର୍ôଥତ ମିଳିତ ମଞ୍ଚକୁ ପୁନର୍ବାର ସେବା କରିବାର ସୁଯୋଗ ଦେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ରମେଶ ଲେଖିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଝାଡ଼ଖଣ୍ଡର ‘ଇଣ୍ଡିଆ’ ମେଣ୍ଟ ସରକାର ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଏବଂ ଗୃହଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ କ୍ଷେତ୍ରଗୁଡିକରେ ଉତ୍କୃଷ୍ଟ କାର୍ଯ୍ୟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking