27.1 C
Bhubaneswar
Friday, November 1, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କର୍ମ କ୍ଷେତ୍ର ହେଉ ଅଥବା ରଣ କ୍ଷେତ୍ର ସେଠାରେ ଯଦି ସମ୍ପର୍କକୁ ମହତ୍ତ୍ବ ଦିଆଯାଏ ତାହେଲେ ପତନ ସୁନିଶ୍ଚିତ।ସେଥିପାଇଁ କର୍ମକ୍ଷେତ୍ରରେ କେବେବି ସମ୍ପର୍କକୁ ମହତ୍ତ୍ଵ ନ ଦେଇ ଦାୟିତ୍ବ,ଭରସା ଓ ବିଶ୍ୱାସକୁ ମହତ୍ତ୍ବ ଦେଲେ ହିଁ ନିଜର ସହ ପରିବାର ଓ ସମାଜର କଲ୍ୟାଣ ହୋଇଥାଏ ।ଆମ ନିଜ ଉପରେ ଓ ନିଜର କର୍ମ ଉପରେ ଭରସା ଓ ବିଶ୍ୱାସ କରି ଆଗେଇ ଚାଲିବା ଦରକାର। କର୍ମମୟ ଜୀବନ ଭିତରେ କେବେ କେବେ ନିଜର ଲୋକଙ୍କର ବିରୋଧ ସହିବାକୁ ପଡିଥାଏ କିନ୍ତୁ ସେହି ବିରୋଧକୁ ନିଜ ହିସାବରେ ସମାଧାନ କରି କର୍ମମୟ ଜୀବନରେ ଆଗକୁ ଆଗକୁ ବଢିବାକୁ ପଡିଥାଏ।ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ନିଜର ଆତ୍ମୀୟଙ୍କୁ ଦେଖି ଅର୍ଜୁନ ନିଜର ଗାଣ୍ଡୀବ ତ୍ୟାଗ କରିଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଧର୍ମ ରକ୍ଷା କରିବାକୁ ଗାଣ୍ଡୀବ ଉଠାଇ ଆତ୍ମୀୟଙ୍କ ସହ ଯୁଦ୍ଧ କରିବାକୁ ସାହସ ଦେଇଥିଲେ।ସେହିପରି ନିଜର କର୍ମ ଉପରେ ଯଦି ଭରସା ଓ ବିଶ୍ୱାସ ଅଛି ଦରକାର ପଡିଲେ ଆତ୍ମୀୟଙ୍କୁ ଏକ ତରଫା କରି ନିଜକୁ ନିଜ କର୍ମକ୍ଷେତ୍ରରେ ଆଗକୁ ଆଗକୁ ବଢି ଚାଲିବାକୁ ହେବ ।

.
ଠକି ଭଣ୍ଡି ଧନ ରଖିଛି କେତେ,
ସମୟ କହୁଛି ରେ ମୁର୍ଖ ଅଧମ
ନିଜକୁ ଚତୁର ଭାବନି ଏତେ ।

ମନୁଷ୍ୟ ଜୀବନରେ କାହାଣୀ ଥାଏ ଦୁଇଟି…..
ଗୋଟିଏ ଯାହା ସେ ସମସ୍ତଙ୍କୁ ଶୁଣାଇ ଥାଏ ଅନ୍ୟଟି ସମସ୍ତଙ୍କୁ ଲୁଚାଇ ଥାଏ ।

ତ୍ୟାଗ ସ୍ନେହ ଠାରୁ ଶ୍ରେଷ୍ଠ, ଚରିତ୍ର ସୁନ୍ଦରତା ଠାରୁ ଶ୍ରେଷ୍ଠ, ମାନବିକତା ସମ୍ପତ୍ତି ଠାରୁ ଶ୍ରେଷ୍ଠ କିନ୍ତୁ ପରସ୍ପର ମଧ୍ୟରେ ସମ୍ପର୍କ ବଜାୟ ରଖିବା ଠାରୁ ଶ୍ରେଷ୍ଠ କିଛି ନାହିଁଁ ।

ଏ ଜୀବନ ସୁଖ ଓ ଦୁଃଖର Mix ରେ ଚାଲିଥାଏ , Problem ଆସେ Problem ଯାଏ ମାତ୍ର ଦୁଃଖରେ ଭାଙ୍ଗି ଯିବାର ନୁହେଁ କି Problem କୁ ଡରିବାର ନୁହେଁ ବରଂ ଦୃଢ ମନରେ Situation ର ମୁକାବିଲା କରିବା ଦରକାର ।

ଯିଏ କମ୍ କଥା କୁହେ ସେ ଅନେକ କଥା ବୁଝିଥାଏ….

ଯିଏ ଅନ୍ୟ ଆଗରେ ଅଧିକ ହସେ ସେ ସମସ୍ତଙ୍କ ହସ ପଛରେ ଥିବା ଲୁହକୁ ଜାଣିପାରେ….

ଯିଏ ସବୁବେଳେ ଅନ୍ୟକୁ ଖୁସି ଦେବାକୁ ଚାହେଁ ସେ କେବେ ନିଜ ଦୁଃଖକୁ କାହାକୁ କୁହେ ନାହିଁ….
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

ଅଦ୍ୟ ନଭେମ୍ବର ମାସ ୦୧ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- କୃଷ୍ଣପକ୍ଷ
ତିଥି- ଅମାବାସ୍ୟା ସନ୍ଧ୍ୟା ଘ ୦୫/୫୬ ଗତେ ପ୍ରତିପଦ
ନକ୍ଷତ୍ର- ସ୍ୱାତି ରାତ୍ରି ଘ୦୩/୫୯ ଗତେ ବିଶାଖା
ଚନ୍ଦ୍ର -ତୁଳା
ଯୋଗ- ପ୍ରୀତି
କରଣ – ନାଗ
ସୌରମାସ- ତୁଳା ୧୬ ଦିନ
ଅଦ୍ୟ ଦୀପାବଳୀ ଓ ପୟା ଶ୍ରାଦ୍ଧ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୪୬
*✧═════•❁❀
ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୫୬ ଗତେ ପୂର୍ବେ
ଅମାବାସ୍ୟା ର ସାମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
ବିଛା,ଧନୁ ଓ ମୀନ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୪୩ ଗତେ ଘ୧୧/୩୪ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୪୨ମଧ୍ୟେ ଓ ଘ୦୭/୩୦ ଗତେ ଘ ୦୮/୪୨ ମଧ୍ୟେ ଓ ଘ୦୩/୨୯ ଗତେ ଘ୦୪/୧୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ଆମିଷ ସନ୍ଧ୍ୟା ଘ୦୫/୫୬ ଗତେ ପାଣିକଖାରୁ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ
ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*

✧═════•❁❀❁•═════
ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*

✧═════•❁❀❁•═════
ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।*

✧═════•❁❀❁•═════
କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

✧═════•❁❀❁•═════
ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
✧═════•❁❀❁•═════

କନ୍ୟା
ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*

✧═════•❁❀❁•═════
ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

✧═════•❁❀❁•═════
ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

✧═════•❁❀❁•═════
ଧନୁ
ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

✧═════•❁❀❁•═════
ମକର
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
✧═════•❁❀❁•═════
କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

✧═════•❁❀❁•═════
ମୀନ
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking