26.1 C
Bhubaneswar
Wednesday, October 30, 2024
Homeଦେଶ ବିଦେଶଗାଜାରେ ମାନବୀୟ ସଙ୍କଟକୁ ନେଇ ଆମେରିକା ଦେଲା ଚେତାବନୀ

ଗାଜାରେ ମାନବୀୟ ସଙ୍କଟକୁ ନେଇ ଆମେରିକା ଦେଲା ଚେତାବନୀ

ନୂଆଦିଲ୍ଲୀ: ଜାରି ରହିଛି ହମାସ-ଇସ୍ରାଏଲ ଲଢେଇ । ଏହାର ପ୍ରଭାବରେ ଗାଜାରେ ପରିସ୍ଥିତି ଦିନକୁ ଦିନ ହେବାରେ ଲାଗିଛି ସଙ୍ଗୀନ । ଗାଜାରେ ମାନବୀର ଦାୟିତ୍ୱବୋଧକୁ ନେଇ ଏବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛି ଆମେରିକା । ୱାଶିଂଟନ ପକ୍ଷରୁ ଇସ୍ରାଏଲକୁ ଦିଆଯାଇଥିବା୩୦ ଦିନର ସମୟ ମଧ୍ୟ ପ୍ରାୟ ସରିବାକୁ ଲାଗିଲାଣି । ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍ ଗ୍ରୀନ୍‌ଫିଲ୍ଡ ଗାଜାରେ ‘ବିନାଶକାରୀ ମାନବୀୟ ସଙ୍କଟ’ ଉପରେ ଚିନ୍ତା ବ୍ୟକ୍ତି କରି କହିଛନ୍ତି, ଇସ୍ରାଏଲର କଥା ସହ କାମ ମଧ୍ୟ ସମାନ ହେବା ଉଚିତ । ବର୍ତ୍ତମାନ ଏଭଳି ଯେହେତୁ ହେଉନି । ଏଥିରେ ତୁରନ୍ତ ପରିବର୍ତ୍ତନ ହେବା ଦରକାର ।’ ୧୩ ଅକ୍ଟୋବରରେ ଇସ୍ରାଏଲକୁ ଆମେରିକା କହିଥିଲା ତାକୁ ଗାଜାରେ ମାନବୀୟ ସଙ୍କଟକୁ ଦୂର କରିବା ପାଇଁ ୩୦ ଦିନ ଭିତରେ ପଦକ୍ଷେପ ଗ୍ରହଣ କରିବା ଦରକାର ।

ନଚେତ ତାକୁ ଅନ୍ୟ ସମ୍ଭାବିତ ପରିଣାମ ଭୋଗିବାକୁ ହେବ । ଏପରିକି ଆମେରିକା ସେନା ସହାୟତା ହରାଇବାର ସମ୍ଭାବନା ବଢିବ । ଏହି ଦାବି ନିକଟରେ ଇସ୍ରାଏଲ ସଂସଦ ନେଇଥିବା ପଦକ୍ଷେପ ପରେ କରାଯାଇଛି । ୟୁଏନ୍ ପାଲେଷ୍ଟାଇନ୍ ରିଲିଫ୍ ଏଜେନ୍ସି, ଯାହାକି ପାଲେଷ୍ଟାଇନୀୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ ସହାୟତା ଯୋଗାଇଥାଏ । ପୂର୍ବ ଜେରୁଜେଲମ, ଗାଜା ଏବଂ ୱେଷ୍ଟବ୍ୟାଙ୍କର କିଛି ଅଂଶରେ ରୋକିବା ପାଇଁ ଇସ୍ରାଏଲର ସଂସଦ ଭୋଟିଂ ହୋଇଥିଲା । ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଟଘଜଡଇ ର ହମାସ ସହ ସମ୍ପର୍କ ରହିଛି । ଏହି ଘଟଣା ଲିଣ୍ଡା ଥୋମାସ ବିଶେଷକରି ଉତ୍ତର ଗାଜାକୁ ଖାଦ୍ୟ ଏବଂ ଔଷଧ ଭଳି ଆବଶ୍ୟକୀୟ ସହାୟତା ଯୋଗାଇବାକୁ କହିଥିଲେ । ଏହା ସହ ସେହି ଅଞ୍ଚଳର ସହାୟତା କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ଲିଣ୍ଡା ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସେ କହିଛନ୍ତି, “ଆମେରିକା ସ୍ପଷ୍ଟ ଭାବେ କହିଛି ଯେ ଇସ୍ରାଏଲ ନିଶ୍ଚିତ ଭାବରେ ଗାଜାରେ ସମସ୍ତଙ୍କୁ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅନୁମତି ଦେଉ ଗାଜା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking