17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପୁତିନ୍‌ଙ୍କ ଚେତାବନୀ : ୟୁକ୍ରେନକୁ ଆମେରିକା କ୍ଷେପଣାସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର ହେବ

ପୁତିନ୍‌ଙ୍କ ଚେତାବନୀ : ୟୁକ୍ରେନକୁ ଆମେରିକା କ୍ଷେପଣାସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର ହେବ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ଅଢ଼େଇ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଯୁଦ୍ଧ ଶେଷହେବାର ସାମାନ୍ୟତମ ସମ୍ଭାବନା ସୃଷ୍ଟି ହୋଇନାହିଁ। ଏବେବି ଦୁଇ ଦେଶର ସୈନ୍ୟବଳ ପ୍ରତିପକ୍ଷ ଯୁଦ୍ଧରେ ଲାଗିଛନ୍ତି। ତେବେ ଏସବୁ ମଧ୍ୟରେ ୟୁକ୍ରେନ ଏବେ ଏହି ଯୁଦ୍ଧକୁ ଅଧିକ ତୀବ୍ରତର କରିବାକୁ ଯୋଜନା ଚଳାଇଛି। ରୁଷ ଉପରେ ଆକ୍ରମଣକୁ ବ୍ୟାପକ କରିବା ଲାଗି ୟୁକ୍ରେନ ପୁଣି ଥରେ ନାଟୋ ଏବଂ ଆମେରିକାର ସହଯୋଗ ଲୋଡ଼ିଛି, ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରୁଷ୍‌। ରୁଷ ଉପରେ ଆକ୍ରମଣ ପାଇଁ ୟୁକ୍ରେନକୁ ଆମେରିକା କିମ୍ବା ନାଟୋ ସହଯୋଗୀ ଦେଶଗୁଡ଼ିକ ସହଯୋଗ କଲେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ରୁଷ-ୟୁକ୍ରେନ୍ ଯୁଦ୍ଧ ବର୍ତ୍ତମାନ ସବୁଠୁ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରୁଷ ପ୍ରତିରକ୍ଷା ବିଭାଗ ଅଧିକାରୀମାନେ କହିଛନ୍ତି। ଆମେରିକା ଏବଂ ନାଟୋ ସହଯୋଗୀ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ରୁଷ ଚେତାବନୀ ଦେଇ କହିଛି ଯେ, ଯଦି ସେମାନେ ପଶ୍ଚିମ ଦେଶଗୁଡ଼ିକ ଦ୍ୱାରା ନିର୍ମିତ କ୍ଷେପଣାସ୍ତ୍ର ୟୁକ୍ରେନକୁ ଯୋଗାଣ କରନ୍ତି ଏବଂ ୟୁକ୍ରେନ ସେଥିରେ ରୁଷର ଆଭ୍ୟନ୍ତରୀଣ ଇଲାକାରେ ଆକ୍ରମଣ କରେ, ତେବେ ଏହାର ପରିଣାମ ଭୟଙ୍କର ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking