27.1 C
Bhubaneswar
Monday, October 28, 2024
Homeଦେଶ ବିଦେଶଟିଏମ୍‌ସି ନେତାଙ୍କୁ ମିଥୁନଙ୍କ ଖୋଲା ଧମକ

ଟିଏମ୍‌ସି ନେତାଙ୍କୁ ମିଥୁନଙ୍କ ଖୋଲା ଧମକ

କୋଲକାତା: ଆସନ୍ତା ମାସ ପଶ୍ଚିମବଙ୍ଗରେ ୬ଟି ବିଧାନସଭା ଆସନରେ ହେବାକୁ ଯାଉଛି ଉପ ନିର୍ବାଚନ। ଏହା ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ଖୁବ୍ ଗରମ୍ ହୋଇ ଉଠିଛି। କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହିକ୍ରମରେ ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିବା ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି। କୋଲକାତାରେ ୭୪ ବର୍ଷୀୟ ମିଥୁନ ନିଜ ଦଳ ପାଇଁ ପ୍ରଚାର କରିବା ସମୟରେ ଟିଏମସିର କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଇଛନ୍ତି। ମିଥୁନ କହିଛନ୍ତି ,ଆମେ ତାଙ୍କୁ କାଟିକି ମାଟିରେ ପୋତି ଦେବୁ। ମୋତେ ଲାଗୁଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି କହିବେ, କିନ୍ତୁ ସେ କିଛି କହିଲେନି। ଲୋକସଭା ନିର୍ବାଚନ ବେଳେ ଟିଏମସିର ହୁମାୟୁନ କବିର ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧାର୍ମିକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ।

ଅବଶ୍ୟ ଏହାକୁ ନିର୍ବାଚନ କମିଶନ ସେନସନର କରିଥିଲେ। ଉକ୍ତ ପ୍ରସଙ୍ଗକୁ ଆଧାର କରି ମିଥୁନ ଏବେ ଏବେ ଟିଏମସିର ନେତାଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ। ମୁଁ ମୁଖ୍ୟମନ୍ତ୍ରୀ ନୁହେଁ। କିନ୍ତୁ ମୁଁ ଏକଥା କହୁଛି। ବେଙ୍ଗଲର ଗାଦି ଜିତିବା ପାଇଁ ଆମେ କିଛି ବି କରିପାରିବୁ। ୨୦୨୬ ବିଧାନସଭା ନିର୍ବାଚନ ପରେ ବେଙ୍ଗଲର ଗାଦି ବିଜେପିର ହେବ। ମୁଁ ବାରମ୍ବାର ଏକଥା କହୁଛି। ଆମେ ୨୦୨୬ ନିର୍ବାଚନ ଜିତିବା ପାଇଁ କିଛି ବି କରିବୁ। ଏଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବସିଛନ୍ତି। ତାଙ୍କ ଉପସ୍ଥିତିରେ ମୁଁ କହିବାକୁ ଚାହୁଁଛି ଯେ ଗାଦି ପାଇବା ପାଇଁ ଆମେ କିଛି ବି କରିବୁ। ଅମିତ ଶାହଙ୍କ ଉପସ୍ଥିତିରେ ଟିଏମ୍‌ସି ନେତାଙ୍କୁ ଧମକ ଦେଇ ମିଥୁନ କହିଛନ୍ତି, “ମୁଁ କହୁଛି ଆମେ ସେମାନଙ୍କୁ କାଟିବୁ ଓ ପିଙ୍ଗି ଦେବୁ। ହେଲେ ଭାଗିରଥୀରେ ସେମାନଙ୍କୁ ଫୋପାଡିବୁ ନାହିଁ। କାରଣ ସେହି ନଦୀ ଆମର ମା’। ଆମେ ଆପଣମାନଙ୍କୁ ମାଟିରେ ପୋତିବୁ। ବେଙ୍ଗଲ ସରକାର ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଦେଉ ନାହାନ୍ତି। ହେଲେ ଆଗକୁ ଏହା ଆଉ ଚଳିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking