30.1 C
Bhubaneswar
Sunday, October 27, 2024
Homeଦେଶ ବିଦେଶଜେଇଇ ପରୀକ୍ଷାରେ ବିଫଳ ହେବାରୁ  ସାତ ମହଲା କୋଠାରୁ ଡେଇଁଲେ ଛାତ୍ର

ଜେଇଇ ପରୀକ୍ଷାରେ ବିଫଳ ହେବାରୁ  ସାତ ମହଲା କୋଠାରୁ ଡେଇଁଲେ ଛାତ୍ର

ବ୍ୟୁରୋ : ଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ କିନ୍ତୁ ଏଥର ପରୀକ୍ଷାରେ ଉତୀର୍ଣ୍ଣ ହୋଇନଥିବାରୁ ସେ ଆତ୍ମହତ୍ୟା କରିଥିଲେ । ଏଭଳି ଏକ ଘଟଣା ଦିଲ୍ଲୀର ଶାହିନ ବାଗରେ ଘଟିଛି । ଛାତ୍ର ଜଣଙ୍କ ଦିଲ୍ଲୀର ଜାମିଆ ନାଗର ପୋଲିସ ଷ୍ଟେସନ  ଅଞ୍ଚଳରେ ସାତ ମହଲା କୋଠାରୁୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ଛାତ୍ରଙ୍କଠାରୁ ଏକ ଆତ୍ମହତ୍ୟା  ନୋଟ ମଧ୍ୟ ମିଳିଛି ଯେଉଁଥିରେ ସେ ଲେଖିଛନ୍ତି  ସେ ତାଙ୍କ ପରିବାରର ଆଶା ପୂରଣ କରିପାରିବେ ନାହିଁ । ସମ୍ପୃକ୍ତ ଘଟଣାଟି ଶୁକ୍ରବାର ଦିନ ରାତି ୧୧.୨୫ରେ ମୁଖ୍ୟ ମାର୍କେଟରେ ଜଣେ ଝିଅ ଛାତରୁ ଡେଇଁ  ପଡିବାର  ପୋଲିସ  ଏକ କଲ ପାଇଥିଲା । କିନ୍ତୁ  ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନାକୁ କେହି  ନେଉନାହାଁନ୍ତି  ା ପୋଲିସର ସୂଚନା ଅନୁସାରେ  ଶାହିନ ବାଗରେ ଆତ୍ମହତ୍ୟା କରିଥିବା ଛାତ୍ର  ବୟସ ୧୭ ବର୍ଷ । ଯୁକ୍ତ ଦୁଇ ପାସ କରିବା ପରେ  ସେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ ।  କେବଳ ଏତିକି ନୁହେଁ, ପୂର୍ବରୁ ତାଙ୍କ ମାଙ୍କୁ କହିଥିଲେ ଯେ ଯଦି  ସେ ଜେଇଇ ପାସ କରିବେ ନାହିଁ ସେ ଆତ୍ମହତ୍ୟା କରିବେ । ସେ ଏକ  ଆତ୍ମହତ୍ୟା ନୋଟ ଛାଡିଛନ୍ତି । ଯେଉଁଥିରେ ଲେଖା ଅଛି ଯେ  ପାଠପଢାରେ ଚାପ ଏବଂ ପରିବାରର ଆଶା ପୂରଣ  କରିପାରିଲି ନାହିଁ । ବାପା ଜଣେ ଘରୋଇ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ମା ଗୃହିଣୀ । ଏନେଇ ପୋଲିସ ଭାରତୀୟ କୋଡର ଧାରା ୧୯୪ ଅନୁଯାୟୀ  ଏକ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking