24.1 C
Bhubaneswar
Monday, February 9, 2026
Homeଖେଳକ୍ରିକେଟ୍ ୱେଷ୍ଟଇଣ୍ଡିଜ୍‌ର ଗ୍ଲୋବାଲ୍ ଟି-୨୦ ଲିଗ୍ ଲଞ୍ଚ୍‌

କ୍ରିକେଟ୍ ୱେଷ୍ଟଇଣ୍ଡିଜ୍‌ର ଗ୍ଲୋବାଲ୍ ଟି-୨୦ ଲିଗ୍ ଲଞ୍ଚ୍‌

ଗୟାନା: କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଏକ ନୂଆ ଟି-୨୦ ଲିଗ୍ ଆରମ୍ଭ କରିଛି। ଗ୍ଲୋବାଲ୍ ସୁପର୍ ଲିଗ୍ ନାମକ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭିନ୍ନ ଭିନ୍ନ ଦେଶର ପାଞ୍ଚ ଟିମ୍ ଭାଗନେବେ। ଏହାର ଆୟୋଜନ ନଭେମ୍ବର ୨୬ରୁ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଗୟାନାରେ ହେବ। ଚାମ୍ପିଅନ୍ସ ଲିଗ୍ ପରି ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ ଗୟାନା ଆମାଜନ ୱାରିୟର୍ସ (ସିପିଏଲ୍‌) ଲାହୋର କଲାନ୍ଦର୍ସ (ପିଏସ୍‌ଏଲ୍‌), ହାମ୍ପଶାୟର୍ ହକ୍ସ (ଟି-୨୦ ବ୍ଲାଷ୍ଟ୍‌), ରଙ୍ଗପୁର ରାଇଡର୍ସ (ବିପିଏଲ୍‌) ଏବଂ ଭିକ୍ଟୋରିଆ (ଅଷ୍ଟ୍ରେଲିଆ ରାଜ୍ୟ ଟିମ୍‌) ସାମିଲ ହେବେ। ପ୍ରଥମ ମ୍ୟାଚ୍ ନଭେମ୍ବର ୨୬ରେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍‌)ର ଟିମ୍ ଗୟାନା ଆମାଜନ ୱାରିୟର୍ସ ଏବଂ ପାକିସ୍ତାନ ସୁପର୍ ଲିଗ୍ (ପିଏସ୍‌ଏଲ୍‌)ର ଟିମ୍ ଲାହୋର କଲନ୍ଦର୍ସ ମଧ୍ୟରେ ହେବ। ଇଏସ୍‌ପିଏନ୍ ରିପୋର୍ଟ ଅନୁସାରେ ପ୍ରଥମ ସିଜନ୍‌ରେ ପାଞ୍ଚ ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ପରସ୍ପର ମଧ୍ୟରେ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶୀର୍ଷ ଦୁଇଟି ଟିମ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫଳରେ ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ ଦିନରେ ୧୧ ମ୍ୟାଚ୍ ଖେଳାଯିବ। ଫାଇନାଲ୍ ଡିସେମ୍ବର ୭ରେ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking