28.1 C
Bhubaneswar
Monday, February 9, 2026
Homeଖେଳଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ପୁଣେ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁ ପୁଣେରେ ୨ୟ ଟେଷ୍ଟ ଖେଳିବାକୁ ଯାଉଛି। ଭାରତରେ ଘରୋଇ ଦଳକୁ ଟେଷ୍ଟରେ ହରାଇବା ବିଦେଶୀ ଦଳଙ୍କ ପାଇଁ ବେଶ୍‌ କଷ୍ଟକର। ହେଲେ ଦୀର୍ଘ ୩୬ ବର୍ଷ ପରେ ଏହା କରି ପାରିଥିବା ନ୍ୟୁଜିଲାଣ୍ଡ ଦୃଢ଼ ମନୋବଳ ହାସଲ କରିଛି। ହେଲେ ପୁଣେରେ ଏହି ପ୍ରଦର୍ଶନ ଦୋହରାଇବା ଟମ୍ ଲାଥାମ୍‌ଙ୍କ ଦଳ ପାଇଁ କଷ୍ଟକର ହେବ। କାରଣ ନ୍ୟୁଜିଲାଣ୍ଡର ଶକ୍ତି ହେଲା ଫାଷ୍ଟ ବୋଲିଂ।

ବେଙ୍ଗାଲୁରୁର ପିଚ୍‌ ବିଶେଷକରି ବର୍ଷା ପାଗ ନ୍ୟୁଜିଲାଣ୍ଡର ପେସ୍ ବୋଲରଙ୍କୁ ସୁହାଇଥିଲା। ହେଲେ ଶୃଙ୍ଖଳାକୁ ଫେରିବା ଲାଗି ତତ୍ପର ଥିବା ଭାରତୀୟ ଦଳକୁ ପୁଣେ ପିଚ୍‌ ବେଶ୍‌ ସହାୟକ ହେବ। ଏଠାରେ ସ୍ପିନ୍ ଉପଯୋଗୀ ପିଚ୍‌ ପ୍ରସ୍ତୁତ ହୋଇଛି। ଏହି କଳା ମାଟିର ପିଚ୍‌ରେ ଘାସ ନାହିଁ। ତେଣୁ ବାଉନ୍‌ସ ରହିବ ନାହିଁ ଏବଂ ଏହା ଧିମା ରହିବ। ଖେଳ ଆଗକୁ ବଢ଼ିବା ସହ ପିଚ୍‌ ସ୍ପିନରଙ୍କୁ ସୁହାଇବ। ଏପରି ପିଚ୍‌ରେ ୩ ଜଣିଆ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ନ୍ୟୁଜିଲାଣ୍ଡ ପାଇଁ ବଡ଼ ଆହ୍ବାନ ହେବ। ମୋଟ୍‌ ଉପରେ ଏହି ଟେଷ୍ଟ ଜିତିବା ପାଇଁ ଘରୋଇ ଭାରତ ବଡ଼ ଫେଭରିଟ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking