27.1 C
Bhubaneswar
Wednesday, October 23, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା: ୨୪,୨୫ ଦୁଇ ଦିନ ହାଇକୋର୍ଟ ଛୁଟି ଘୋଷଣା

ସମ୍ଭାବ୍ୟ ବାତ୍ୟା: ୨୪,୨୫ ଦୁଇ ଦିନ ହାଇକୋର୍ଟ ଛୁଟି ଘୋଷଣା

କଟକ : ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ଦୁଇ ଦିନ ଛୁଟି ଘୋଷଣା କରାଯାଇଛି ହାଇକୋର୍ଟ । ଆସନ୍ତା ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ହାଇକୋର୍ଟ । ସମ୍ଭାବ୍ୟ ବାତ୍ୟା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ ଶନିବାର ଖୋଲା ରହିବ ହାଇକୋର୍ଟ।

ସୂଚନାଯୋଗ୍ୟ, ଗୁରୁବାର ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା। ୨୪ ରାତିରେ ୨୫ ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା। ବୁଧବାର ରାତିରୁ ଗୁରୁବାର ସକାଳ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ। ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହା ଏବେ ପାରାଦୀପ ଠାରୁ ୫୨୦ ଓ ସାଗରଦ୍ୱୀପ ଠାରୁ ୬୦୦ କିମି ଦୂରରେ ରହିଛି। ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking