30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପାଣି ବଦଳରେ ଦୈନିକ ଜହର ପିଉଛନ୍ତି ଛତିଶଗଡ଼ର ୬ ଜିଲ୍ଲା ନିବାସୀ

ପାଣି ବଦଳରେ ଦୈନିକ ଜହର ପିଉଛନ୍ତି ଛତିଶଗଡ଼ର ୬ ଜିଲ୍ଲା ନିବାସୀ

ରାୟପୁର: ଛତିଶଗଡ଼ର ପ୍ରାୟ ୬ ଜିଲ୍ଲାରେ ପିଇବା ପାଣି ରୂପେ ବ୍ୟବହାର କରାଯାଉଥିବା ପାଣିରେ ମାତ୍ରାଧିକ ୟୁରାନିୟମ୍ କଣିକା (ପ୍ରତି ୧ ଲିଟର ପାଣିରେ ୧୦୦ ମାଇକ୍ରୋଗ୍ରାମ ପରିମାଣର ୟୁରାନିୟମ୍‌) ରହୁଥିବା ଜଣାପଡିଛି। ଅର୍ଥାତ୍ ଏହି ଅଞ୍ଚଳରେ ବ୍ୟବହୃତ ହେଉଥିବା ପିଇବା ପାଣିରେ ଆବଶ୍ୟକତା ଠାରୁ ୩-୪ ଗୁଣ ଅଧିକ ମାତ୍ରାରେ ୟୁରାନିୟମ ରହିଛି। ମୁଖ୍ୟତଃ ନ୍ୟୁକ୍ଲିୟର ବା ଆଣବିକ ପ୍ଲାଣ୍ଟରେ ବ୍ୟବହାର କରାଯାଉଥିବା ‘ୟୁରାନିୟମ୍ ସମଗ୍ର ପ୍ରାଣୀଜଗତ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବା ବେଳେ ଛତିଶଗଡ଼ର ଏହି ୬ ଜିଲ୍ଲାର ସ୍ଥାୟୀନିବାସୀମାନେ ଦୈନିକ ଏହି ବିଷାକ୍ତ ପାଣିକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି। ଦୁର୍ଗ, ରାଜନନ୍ଦଗାଓଁ, କାଙ୍କେର, ବେମେତାରା, ବାଲୋଦ୍ ଏବଂ କୱର୍ଦ୍ଧା ଆଦି ୬ ଜିଲ୍ଲାରୁ ଏପ୍ରକାର ଏକ ଚିନ୍ତାଜନକ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଏଠାରେ ପ୍ରାୟ ୫ଟି ଜିଲ୍ଲାରେ ଲିଟର ପିଛା ପାଣିରେ ୧୦୦ ମାଇକ୍ରୋଗ୍ରାମ୍‌ରୁ ୧୦୬ ମାଇକ୍ରୋଗ୍ରାମ୍ ପରିମାଣର ୟୁରାନିୟମ୍ କଣିକା ଠାବ କରାଯାଇଥିବା ବେଳେ ବାଲୋଦ୍ ଅଞ୍ଚଳରେ ଏହା ୧୩୦ ମାଇକ୍ରୋଗ୍ରାମ୍ ସ୍ତର ଛୁଇଛିିଁ। ପ୍ରକାଶ, ୟୁରାୟନିମ ଯୁକ୍ତ ପାଣି ପିଇବା ଦ୍ୱାରା କ୍ୟାନ୍‌ସର, ପଲମୋନାରୀ, କିଡନୀ, ଚର୍ମ ଭଳି ଅନେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ମୁଖ୍ୟତଃ ଦେଖାଦେଇଥାଏ।

୨୦୧୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଲିଟର ପିଛା ୧୫ ମାଇକ୍ରୋଗ୍ରାମ୍ ପର୍ଯ୍ୟନ୍ତ ୟୁରାନିୟମ୍‌କୁ ସୁରକ୍ଷିତ ବର୍ଗରେ ରଖାଯାଇଛି। କିନ୍ତୁ ଭାରତ ଏବଂ ଭାରତ ଭଳି କେତେକ ଦେଶରେ ଏହାର ୨ଗୁଣ ପର୍ଯ୍ୟନ୍ତ ୟୁରାନିୟମ୍‌ର ମାତ୍ରା ସୁରକ୍ଷିତ ବୋଲି ବିବେଚନା କରାଯାଇପାରେ। ତେବେ ଏହା ଠାରୁ ସାମାନ୍ୟ ଅଧିକ ପରିମାଣର ୟୁରାନିୟମ୍ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ ବୋଲି ହୁ’ ସ୍ପଷ୍ଟ କରିସାରିଛି। ସେହିପରି ସରକାରଙ୍କ ପକ୍ଷରୁ ଲିଟର ପିଛା ୩୦ ମାଇକ୍ରୋଗ୍ରାମ୍ ୟୁରାୟନିମ୍‌କୁ ସ୍ୱୀକୃତି ଦିଆଯାଇଛି। ଗତ ଜୁନ୍ ମାସରେ ମଧ୍ୟ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ମଧ୍ୟ ଲିଟର ପିଛା ୬୦ ମାଇକ୍ରୋଗ୍ରାମ୍ ୟୁରାନିୟମ୍‌କୁ ସୁରକ୍ଷିତ ଭାବେ ଦର୍ଶାଯାଇଥିଲା।

ଗତ ବର୍ଷ ଜାନୁଆରୀରେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଜାରି ଏକ ରିପୋର୍ଟରେ ପଞ୍ଜାବ ଏବଂ ହରିଆଣା ସମେତ ଦେଶର ପ୍ରାୟ ୧୨ଟି ରାଜ୍ୟରେ ଭୂତଳ ଜଳରେ ୟୁରାନିୟମ୍ କଣିକା ପରିମାଣ ବୃଦ୍ଧି ଅନୁମତିପ୍ରାପ୍ତ ସୀମାକୁ ଅତିକ୍ରମ କରିଛି। ସିଧାଅର୍ଥରେ କହିଲେ ଏହି ୧୨ଟି ରାଜ୍ୟରେ ଦିନକୁ ଦିନ ପାଣି ଏବେ ଅଧିକରୁ ଅଧିକ ବିଷାକ୍ତ ହେବାରେ ଲାଗିଛି। ସେହିପରି ଦେଶର ଅନ୍ୟ ୧୩ଟି ରାଜ୍ୟରେ ଭୂତଳ ଜଳରେ ନିର୍ଦ୍ଧାରିତ ସୀମା ଅନ୍ତର୍ଗତ ହିଁ ୟୁରାନିୟମ୍ ରହିଥିବା ପ୍ରମାଣ ମିଳିଥିଲା। ତେବେ ବିହାର, ଛତିଶଗଡ଼,କର୍ଣ୍ଣାଟକ ଆଦି ରାଜ୍ୟରେ ସ୍ଥିତି ବିଷମ ରୂପ ଧାରଣ କରିବାରେ ଲାଗିଛି। ତେବେ ଏସବୁ ମଧ୍ୟରେ ଛତିଶଗଡ଼ରୁ ଏଦିଗରେ ଏକ ବଳିଷ୍ଠ ସମାଧାନର ମାର୍ଗ ସାମ୍ନାକୁ ଆସିଛି।

ପୁଣମ୍ ଦେଶମୁଖଙ୍କ ନେତୃତ୍ୱ୍‌ର ଭିଲ୍ଲାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବିଆଇଟି)ର ଏକ ୩ଜଣିଆ ବୈଜ୍ଞାନିକ ଦଳ ଗବେଷଣା ମାଧ୍ୟମରେ ଜାଣିବାକୁ ପାଇଛନ୍ତି ଯେ, ପାଣିରେ ଥିବା ୟୁରାନିୟମ୍ ସ୍ତକୁ କମ୍ କରାଯାଇପାରିବ। ଅଁଳା ଗଛର ଛାଲକୁ ଯଦି ଏହି ପାଣିରେ ବ୍ୟବହାର କରାଯାଏ ତେବେ ଏଥିରୁ ୟୁରାନିୟମ୍‌କୁ ଫିଲ୍ଟର ହୋଇପାରିବ। ୨୦୨୧ ମସିହାରେ ଏଦିଗରେ ଏକ ସ୍ଥାୟୀ ସମାଧାନ ପାଇଁ ପୁନମ୍ ଦେଶମୁଖ ଏବଂ ତାଙ୍କ ଟିମ୍ ଭୂତଳ ଜଳରେ ୟୁୂରାନିୟମ୍ ସ୍ଥିତିକୁ ହ୍ରାସ କରିବା ଦିଗରେ କରିଥିବା ଅନୁସନ୍ଧାନ ରିପୋର୍ଟକୁ ପେଟେଣ୍ଟ ମିଳିଥିଲେ ମଧ୍ୟ ଏଦିଗରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking