ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ । ୨୪ ତାରିଖ ସକାଳେ ଉତ୍ତର ବଙ୍ଗୋପ ସାଗରରେ ଭାଷଣ ବାତ୍ୟା ହେବ ା ପୁରୀ- ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ଅତିକ୍ରମ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ । ୨୩ ସନ୍ଧାରୁ ୩୦ ରୁ ୪୦ କିମି ବେଗରେ ପବନ ବହିବାର ପୂର୍ୱାନୁମାନ କରାଯାଇଛି । ଧିରେ ଧିରେ ବଢିବ ପବନର ବେଗ ।