30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ, ସୁରକ୍ଷିତ ରହିବାକୁ ମସ୍ୟଜୀବୀଙ୍କୁ ନିର୍ଦ୍ଦେଶ

ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ, ସୁରକ୍ଷିତ ରହିବାକୁ ମସ୍ୟଜୀବୀଙ୍କୁ ନିର୍ଦ୍ଦେଶ

କୋଣାର୍କ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। “ଦାନା’ ନାମକରଣ ହୋଇଥିବା ଏହି ବାତ୍ୟାକୁ ନେଇ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ସୁଉଚ୍ଚ ଜୁଆରମାନ ଆସି କୂଳ ଲଙ୍ଘୁଥିବା ଓ ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି। ସୋମବାର ସକାଳୁ ବର୍ଷା ସହ କଳା ବାଦଲ ଆକାଶରେ ଘୋଟିଆସିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାତ୍ୟା ଆଶଙ୍କା ଘନୀଭୂତ ହୋଇଥିବା ଦେଖାଯାଇଛି। ବାତ୍ୟାକୁ ନେଇ ଲୋକମାନେ ନିଜ ନିଜର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋଣାର୍କ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସିର ବରିଷ୍ଠ କର୍ମଚାରୀ ଭାଗୀରଥି ବରାଳଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ନେଇ ୮ ନଂ ୱାର୍ଡ ତେଲୁଗୁବସ୍ତିରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଆଦିବାସୀ ହରିଜନ ବିଦ୍ୟାଳୟରେ ସମସ୍ତ ପ୍ରସ୍ତୁତି ଅନୁଧ୍ୟାନ କରାଯାଇଛି।

ଅପରାହ୍ଣରେ କୋଣାର୍କ ଏନଏସି ପକ୍ଷରୁ ଲୋକମାନଙ୍କୁ ବାତ୍ୟା ନେଇ ସୁରକ୍ଷିତ ଭାବେ ରହିବା ଓ ସୁରକ୍ଷିତ ସ୍ଥାନ କୁ ଚାଲିଯିବା ପାଇଁ ପ୍ରଚାର ଗାଡି ବୁଲାଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରୁଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ନୋଳିଆ ବସ୍ତିର ମସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରିବା ସହ ସମସ୍ତ ଡଙ୍ଗାଗୁଡିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ଉପକୂଳ ଅଞ୍ଚଳରେ ଆସନ୍ତା ୨୪ ଓ୨୫ ତାରିଖ ଦୁଇଦିନ ଖୁବ୍ ଜୋର୍‌ରେ ପବନ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚାଇ ଦେଇଛି। ଏ ନେଇ ସ୍ଥାନୀୟ ମସ୍ୟଜୀବୀ ଓ ଅଞ୍ଚଳବାସୀ ବାତ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ବାତ୍ୟା ନେଇ ଆଶଙ୍କିତ ଭାବେ ଥିବା କେତେକ ପର୍ଯ୍ୟଟକ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking