28.1 C
Bhubaneswar
Friday, October 18, 2024
Homeଓଡିଶାଝାରପଡ଼ା ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ

ଝାରପଡ଼ା ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ

ଭୁବନେଶ୍ବର : ଝାରପଡ଼ା ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ । କଏଦି ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବିଦ୍ୟାଧର ଗୁରୁ । ସେ ଜଣେ ଅଟୋ ଚାଳକ ଥିଲେ । ଗଞ୍ଜେଇ ବିକ୍ରି ଅଭିଯୋଗରେ ଝାରପଡ଼ା ଜେଲ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ତାଙ୍କ ପତ୍ନୀଙ୍କଠାରୁ ପୂର୍ବରୁ ଦସ୍ତଖତ କରିନେଇଥିଲେ ପୋଲିସ ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ପରିବାର ଲୋକେ ଖବରପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି । ୧୨ଦିନ ଧରି ଜେଲରେ ସେ ବିଚାରାଧୀନ କାଏଦୀ ଭାବେ ଥିଲେ । ଏହି ଘଟଣାରେ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟା ହୋଇଥିବା ନେଇ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ। ପାରିବାରିକ ଲୋକେ କ୍ୟାପିଟାଲ ହସ୍ପିଟାଲରେ ନ୍ୟାୟ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking