26.1 C
Bhubaneswar
Wednesday, February 11, 2026
Homeଓଡିଶାହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ

ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ

ମା ମାନଙ୍କ ସେବା, ସମର୍ପଣ ଓଡିଶା କୁ ସମୃଦ୍ଧ କରିବ
ପୁରୀ :  ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆ ଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ ଓଡିଶାକୁ ସମୃଦ୍ଧ କରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ଅପରାହ୍ନ ରେ ବୃନ୍ଦାବତୀ ନିବାସ ପରିସରରେ ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତର ମୁଖ୍ୟ ଅତିଥି ଭାବେ ଶୁଭାରମ୍ଭ କରି ଶ୍ରୀମତୀ ପରିଡା ଏକମାସ ଧରି ହବିଷ୍ୟାଳୀ ମା ମାନେ ଶ୍ରୀକ୍ଷେତ୍ର ରେ ରହି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ରେ ବ୍ରତୀ ହେବେ।ଏହା ସେମାନ ଙ୍କୁ ଯେତିକି ଆଧ୍ୟାତ୍ମିକ ଓ ଧାର୍ମିକ ଶାନ୍ତି ଦେବ ତାଙ୍କୁ ସେବା ଓ ସହଯୋଗ ଯୋଗାଉଥିବା ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ମଧ୍ୟ ଅନୁରୂପ ଆଶୀର୍ବାଦ ପ୍ରାପ୍ତ ହେବେ।ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ମା ମାନେ ଯେପରି ସ୍ବଛନ୍ଦ,ସୁଵିଧା ଓ ଶୃଖଂଳା ରେ ବ୍ରତ କରିବେ ତାହା ପ୍ରତି ସରକାର ଓ ପ୍ରଶାସନ ଯତ୍ନବାନ ଅଟନ୍ତି।ସେମାନ ଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଥିଲେ।ମୁଖ୍ୟ ବକ୍ତାଭାବେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବସେବା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଆ ସଂସ୍କୃତି ରେ ବାର ମାସରେ ତେର ପର୍ବ ଆମ ପରମ୍ପରାକୁ ମହାନ କରିଛି ।ହବିଷ୍ୟାଳୀ ବ୍ରତ ମଧ୍ୟ ସେହିପରି ଏକ ଅନନ୍ୟ ଧାର୍ମିକ ବ୍ରତ ଭାବେ ପ୍ରତିଷ୍ଠିତ।ଏକ ମାସ ବ୍ରତର କଠୋର ସାଧନା,ଇଶ୍ୱରଙ୍କ ପ୍ରତି ମା ମାନଙ୍କ ତ୍ୟାଗ, ସମର୍ପଣ ଆମ ସଂସ୍କୃତି ର ଅନନ୍ୟ ଉଦାହରଣ।ଚଳିତ ବର୍ଷ ସଂସ୍କୃତି ବିଭାଗ ମା ମାନଙ୍କ ସୁଖଦ ବ୍ରତ ପାଇଁ ଅର୍ଥ ମଞ୍ଜୁର ସହ ସରକାର ସମସ୍ତ ସହଯୋଗ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ମା ମାନଙ୍କ ହବିଷ୍ୟାଳୀ ବ୍ରତ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ମା ମାନଙ୍କ ବ୍ରତ ଯେପରି ନିର୍ବିଘ୍ନରେ ସମାପନ ହେବ ସେଥିପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମା ମାନଙ୍କ ଏକ ମାସର ହବିଷ ବ୍ରତ ପାଇଁ ସମସ୍ତ ବ୍ୟବସ୍ଥା କୁ ଶୃଙ୍ଖଳିତ କରିଯାଇଛି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଉପସ୍ଥିତ ଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ନିରଞ୍ଜନ ବାରିକ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପରେ ଅତିଥି ମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ବୃନ୍ଦାବତୀ ନିବାସରେ ଆକାଶ ଦୀପ ପ୍ରଜ୍ୱଳନ କରିଥିଲେ।ସଂଧ୍ୟାରେ ମହାପ୍ରସାଦ ସେବନ ସହ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟେକ ନିବାସରେ ଆୟୋଜିତ କରାଯାଇଥିଲା।ବିଭିନ୍ନ ରହଣୀ ନିବାସରେ ୨୫୪୪ ହବିଷ୍ୟାଳୀ ରହିଥିବା ବେଳେ ସମସ୍ତ ନିବାସ ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ସାରିଥିବାରୁ ଆଉ କୌଣସି ନୂତନ ହବିଷ୍ୟାଳୀ ଙ୍କୁ ରଖାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking