28.1 C
Bhubaneswar
Monday, February 9, 2026
Homeଖେଳହେମାଙ୍ଗ ବଦାନୀ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍‌

ହେମାଙ୍ଗ ବଦାନୀ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେଗା ଅକ୍ସନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ କୋଚିଂ ଷ୍ଟାଫ୍‌କୁ ନେଇ ବଡ଼ ଘୋଷଣା କରିଛି। ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍ ରିକି ପଣ୍ଟିଂଙ୍କ ସ୍ଥାନରେ ଫ୍ରାଞ୍ଚାଇଜି ପୂର୍ବତନ ଭାରତୀୟ ବ୍ୟାଟର୍ ହେମାଙ୍ଗ ବଦାନୀଙ୍କୁ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରିଛି। ସେହିପରି ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ବେଣୁଗୋପାଳ ରାଓଙ୍କୁ କ୍ରିକେଟ୍ ଡାଇରେକ୍ଟର ନିଯୁକ୍ତ କରାଯାଇଛି। ଗାଙ୍ଗୁଲି ମହିଳା ପ୍ରିମିୟର୍ ଲିଗ୍‌ରେ ଟିମ୍‌ର କ୍ରିକେଟ୍ ଡାଇରେକ୍ଟର ଦାୟିତ୍ୱ ବୁଝିବେ।

୪୭ ବର୍ଷୀୟ ବଦାନୀ ୨୦୦୧ରୁ ୨୦୦୪ ମଧ୍ୟରେ ୪ଟି ଟେଷ୍ଟ ଏବଂ ୪୦ ଦିନିକିଆ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ତେବେ କେତେକ କ୍ରିକେଟ୍ ଲିଗ୍‌ରେ ତାଙ୍କର କୋଚିଂ ଅଭିଜ୍ଞତା ରହିଛି। ୨୦୨୧ରୁ ୨୦୨୩ ମଧ୍ୟରେ ସେ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ବୋଲିଂ ଏବଂ ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ଦିଗ୍‌ଦର୍ଶନରେ ଜାଫ୍‌ନା କିଙ୍ଗ୍‌ସ ଫ୍ରାଞ୍ଚାଇଜି ଲଗାତାର ଦୁଇଥର ଲଙ୍କା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି। ବଦାନୀ ଏସ୍‌ଏ୨୦ର ପ୍ରଥମ ସଂସ୍କରଣରେ ଟାଇଟଲ୍ ବିଜେତା ସନ୍‌ରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ଟିମ୍‌ର ବ୍ୟାଟିଂ କୋଚ୍ ଭାବେ ମଧ୍ୟ କାମ କରିଛନ୍ତି। ଏହା ବ୍ୟତୀତ ଚଳିତ ବର୍ଷର ଆଇଏଲ୍‌ଟି୨୦ ଫାଇନାଲିଷ୍ଟ ଦୁବାଇ କ୍ୟାପିଟାଲ୍ସ ଟିମ୍‌ର ମୁଖ୍ୟ କୋଚ୍ ମଧ୍ୟ ଥିଲେ।

ସେହିପରି ଟିମ୍‌ର କ୍ରିକେଟ୍ ଡାଇରେକ୍ଟର ନିଯୁକ୍ତ ହୋଇଥିବା ବେଣୁଗୋପାଳ ରାଓ ଭାରତ ପକ୍ଷରୁ ୧୬ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୯ ଆଇପିଏଲ୍ ଟାଇଟଲ୍ ବିଜେତା ଡେକାନ୍ ଚାର୍ଜର୍ସ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ। ଏହା ବ୍ୟତୀତ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲ୍‌ର ତିନିଟି ସିଜନ୍ (୨୦୧୧-୧୩)ରେ ଖେଳିଛନ୍ତି। ସେହିପରି ସେ ଦୁବାଇ କ୍ୟାପିଟାଲ୍ସ ସହ ମଧ୍ୟ ସାମିଲ ଥିଲେ। ଉଦ୍‌ଘାଟନୀ ସିଜନ୍‌ରେ ସେ ଦୁବାଇ କ୍ୟାପିଟାଲ୍ସର ମେଣ୍ଟର ଏବଂ ପରବର୍ତ୍ତୀ ସିଜନ୍‌ରେ କ୍ରିକେଟ୍ ଡାଇରେକ୍ଟର ରୂପେ କାମ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking