28.1 C
Bhubaneswar
Friday, October 18, 2024
Homeଓଡିଶାସି.ପି.ଆଇ.(ଏମ୍‌)ର ୧୦୫ତମ ପ୍ରତିଷ୍ଠା ଦିବସ ପାଳନ

ସି.ପି.ଆଇ.(ଏମ୍‌)ର ୧୦୫ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ଆଜି ଭାରତରକମ୍ୟୁନିଷ୍ଟ ପାର୍ଟିଗଠନର ୧୦୫ତମ ପ୍ରତିଷ୍ଠା ଦିବସସି.ପି.ଆଇ.(ଏମ୍‌) ତରଫରୁ ପାଳନ ହୋଇଯାଇଛି । ଏହିଉପଲକ୍ଷେ ଆଜିସକାଳେ ପାର୍ଟିରରାଜ୍ୟସଂପାଦକ ଶ୍ରୀ ଅଳିକିଶୋର ପଟ୍ଟନାୟକ ପାର୍ଟି ପତାକାଉତ୍ତୋଳନ କରିଥିଲେ । ଏହାପରେରାଜ୍ୟ ଦପ୍ତରରେ ଏକ ସଭା ଅନୁଷ୍ଠିତହୋଇଥିଲା । ଏଥିରେସଭାପତିତ୍ୱକରିଶ୍ରୀ ଅଳିକିଶୋର ପଟ୍ଟନାୟକକହିଲେ ଯେ ୧୯୧୭ ମସିହାରେଋଷ୍‌ରେଜାର୍‌ଶାସନର ପତନ ଘଟାଇକମ୍ୟୁନିଷ୍ଟ ପାର୍ଟିକ୍ଷମତାକୁଆସିଥିଲା । ତା’ପରେସେମାନେ ଏକ ଶୋଷଣମୁକ୍ତସମାଜ ଗଠନ ପାଇଁସମାଜବାଦୀ ଶାସନବ୍ୟବସ୍ଥା ପ୍ରଚଳନ କଲେ । ତା’ର ପ୍ରଭାବସାରାବିଶ୍ୱର ପ୍ରତ୍ୟେକରାଷ୍ଟ୍ରଉପରେବିଶେଷକରି ଉପନିବେଶ ଦେଶ ଗୁଡିକଉପରେ ପଡିଲା । ତାହା ଫଳରେ ଦେଶ ଓ ବିଦେଶରେ ଥିବାଭାରତୀୟମାନଙ୍କମନରେବ୍ରିଟିଶ୍‌ଶାସନରୁଭାରତକୁମୁକ୍ତକରିବା ପାଇଁସୋଭିଏତ୍‌ୟୁନିଅନ୍ ଯାଇସଂଗଠନ ଗଠନ କରିବା, ସାଂଗଠନିକ ନୀତି ନିର୍ଦ୍ଧାରଣକରିବା ପାଇଁଚିନ୍ତାଉଦ୍ରେକହେଲା । ତଦନୁଯାୟୀସେହିସାଥୀମାନେ ସୋଭିଏତ୍‌ୟୁନିଅନ୍‌ରତାସ୍‌କେଣ୍ଟସହରରେ ୧୯୨୦ମସିହା ଅକ୍ଟୋବର ୧୭ ତାରିଖରେଭାରତରକମ୍ୟୁନିଷ୍ଟ ପାର୍ଟି ଗଠନ କଲେ ।

ମହମ୍ମଦ ସଫିକ୍‌ଏହାର ପ୍ରଥମ ସଂପାଦକ ହେଲେ । କମ୍ୟୁନିଷ୍ଟ ପାର୍ଟି ଗଠନ ପରେ ଦେଶ କେମିତିବ୍ରିଟିଶ୍‌କବଳରୁମୁକ୍ତହେବତାହାସେମାନଙ୍କଧ୍ୟେୟହେଲା । ସେମାନେ ହିଁ ପ୍ରଥମେ ପୂର୍ଣ୍ଣସ୍ୱରାଜ୍ୟର ଦାବିଉଠାଇଥିଲେ । ବ୍ରିଟିଶ୍‌ମାନେ କମ୍ୟୁନିଷ୍ଟ ପାର୍ଟିକୁସଂପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ପାଇଁ ନାନାଦି ଷଡଯନ୍ତ୍ର ମାମଲା ଦାଏର୍‌କରିଥିଲେ । କିନ୍ତୁକମ୍ୟୁନିଷ୍ଟମାନେ ଜନଗଣଙ୍କସହସଂପର୍କରକ୍ଷାକରିସମସ୍ତ ଆକ୍ରମଣକୁ ପ୍ରତିହତକଲେ ଓ ସ୍ୱାଧୀନତା ପାଇଁସଂଗ୍ରାମରେ ପ୍ରଥମ ଧାଡିରେରହିଲେ । ସ୍ୱାଧୀନତା ପରେ ମଧ୍ୟ ଶାସକ ଦଳ ତରଫରୁକମ୍ୟୁନିଷ୍ଟମାନଙ୍କଉପରେ ଆକ୍ରମଣବାରମ୍ବାରହୋଇଚାଲିଛି । ଆଜିର ବି.ଜେ.ପି./ଆର୍‌.ଏସ୍‌.ଏସ୍‌.ସରକାରକମ୍ୟୁନିଷ୍ଟମାନଙ୍କୁସବୁଠାରୁବଡଶତ୍ରୁବୋଲିବିଚାରକରୁଛି ।

ମାର୍କ୍ସବାଦ – ଲେନିନ୍‌ବାଦ ନୀତିକୁ ଆଧାରକରି ଓ ଜନଗଣଙ୍କସହ ନିବିଡସଂପର୍କରକ୍ଷାକରିକମ୍ୟୁନିଷ୍ଟମାନେ ଏହାରମୁକାବିଲାକରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେସାଂପ୍ରଦାୟିକ ଆର୍‌.ଏସ୍‌.ଏସ୍‌./ବି.ଜେ.ପି. ପକ୍ଷରୁ ଆମ ଦେଶରସମ୍ବିଧାନ, ଗଣତନ୍ତ୍ର, ସଂଘୀୟବ୍ୟବସ୍ଥା, ସାମାଜିକ ନ୍ୟାୟ ଓ ଅର୍ଥନୈତିକସାର୍ବଭୌମତ୍ୱ ପ୍ରତିବିପଦ ସୃଷ୍ଟିହୋଇଛି । ଧର୍ମ ଓ ଜାତି ନାଁରେବିଭିନ୍ନବର୍ଗଜନଗଣଙ୍କମଧ୍ୟରେସାଂପ୍ରଦାୟିକବିଦ୍ୱେଷ ଓ ଦଙ୍ଗାସୃଷ୍ଟିକରୁଛି । ସ୍ୱେରତନ୍ତ୍ରୀଶାସନ ବିଜେପି ପକ୍ଷରୁ ଚାଲିଛି । ଏହାବିରୁଦ୍ଧରେସମସ୍ତବାମପନ୍ଥୀ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନଙ୍କୁଏକଜୁଟ୍‌କରିସଂଗ୍ରାମକୁ ଆଗେଇନେବା ଆମର ପ୍ରଧାନ କର୍ତ୍ତବ୍ୟବୋଲିଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।

ଏହିସଭାରେରାଜ୍ୟସଂପାଦକ ସଭ୍ୟସାଥୀ ସନ୍ତୋଷ ଦାସ୍ ଉଦ୍‌ବୋଧନ ଦେଇ ପାର୍ଟିକୁଶକ୍ତିଶାଳୀକରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କମଧ୍ୟରେସଂପାଦକ ମଣ୍ଡଳୀସଭ୍ୟସାଥୀ ଦୁଷ୍ମନ୍ତ କୁମାର ଦାସ, ସୁରେଶଚନ୍ଦ୍ର ପାଣିଗ୍ରାହୀ, ଶିଶିରହୁଇ, ଜମେଶ୍ୱରସାମନ୍ତରାୟ, ପୁଷ୍ପା ଦାଶ, ବଦ୍ରି ନାରାୟଣ ଦାଶ, ରାଜ୍ୟକମିଟିସଭ୍ୟାତାପସୀ ପ୍ରହରାଜ ଓ ପ୍ରଦୀପ୍ତ ନାୟକ, ପ୍ରମୋଦିନୀସାହୁ, ଅଭିରାମବେହେରା, ଜତିନ୍‌ମହାନ୍ତି, ଚାମ୍ବୁରୁସୋରେନ୍‌, ରମେଶଜେନା ଓ ରାମଚନ୍ଦ୍ରତ୍ରିପାଠୀ ପ୍ରମୁଖଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking