16.1 C
Bhubaneswar
Tuesday, February 10, 2026
Homeଓଡିଶାରୁଟ୍ ପରିମିଟ୍ ଥାଇ ମଧ୍ୟ ବସ୍ ଆସୁନାହିଁ, ଯାତ୍ରୀ ହନ୍ତସନ୍ତ

ରୁଟ୍ ପରିମିଟ୍ ଥାଇ ମଧ୍ୟ ବସ୍ ଆସୁନାହିଁ, ଯାତ୍ରୀ ହନ୍ତସନ୍ତ

କଣ୍ଟିଲୋ: ସରକାର ଯେଉଁ ନୀତି ନିୟମ କିମ୍ବା ନିର୍ଦ୍ଦେଶ ବା ଆଦେଶ ପ୍ରଣୟନ କରିଥାନ୍ତି ସେଗୁଡିକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତଥା ଦୁର୍ନୀତିଖୋର୍ ଲୋକ ଅମାନ୍ୟ କରିଥାନ୍ତି। ଯାହାଫଳରେ ସାଧାରଣ ଜନତା ନିଜର ମୌଳିକ ଅଧିକାର ଓ ସ୍ୱାଧୀନତା ହରାଇ ଥାଆନ୍ତି। ସୂଚନାରୁ ପ୍ରକାଶ ଯେ ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଗ୍ରାମାଞ୍ଚଳରୁ ଆରମ୍ଭକରି ସହରାଞ୍ଚଳ, ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଓ ପ୍ରତ୍ୟେକ ଦେବାଳୟ ସ୍ଥାନଗୁଡିକୁ ସର୍ବସାଧାରଣ ଜନତା କିପରି ସୁବିଧା ଓ ସହଜରେ ଯିବାଆସିବା କରିପାରିବେ ସେଥିପାଇଁ ବହୁ ପରିମାଣରେ ସରକାରୀ ବସ୍ ଏବଂ ବେସରକାରୀ ବସ୍‌କୁ ଅନୁମତି ଦେଇଥାନ୍ତି। ତେଣୁ କେଉଁ ବସ୍ କେଉଁଠି କି ଯିବ ତା’ର ରୁଟ୍ ଚାର୍ଟ ସହିତ ପରିମିଟ୍ ପ୍ରଦାନ କରିଥାନ୍ତି।

କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟ ଯେ, ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ଜଗନ୍ନାଥ ମହାପ୍ରଭୁଙ୍କ ଆଦିପୀଠ ପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଦେଇ ବସ୍ ଚଳାଚଳ କରିବାକୁ ରୁଟ୍ ପରିମିଟ୍ ଥିଲେ ମଧ୍ୟ ନୟାଗଡ଼ରୁ ରାଉରକେଲା ସରକାରୀ ବସ୍‌(ଅପ୍ ଡାଉନ୍‌) ଏବଂ ବ୍ରହ୍ମପୁରରୁ ନରସିଂହପୁର ବେସରକାରୀ ଚୌଧୁରୀ ବସ୍‌(ଅପ୍ ଡାଉନ୍‌) କଣ୍ଟିଲୋ ବସ୍‌ଷ୍ଟାଣ୍ଡ୍‌କୁ ନ ଆସି କଣ୍ଟିଲୋଠାରୁ ତିନି କିଲୋମିଟର ପୂର୍ବରୁ ଶୁଳିଆଛକରେ ଯାତ୍ରୀମାନଙ୍କୁ ଓହ୍ଲାଇଦେଇ ଚାଲିଯାଉଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସମ୍ପର୍କେ ପ୍ରତିକ୍ରିୟା ନେବା ପାଇଁ ଫୋନ୍ ଯୋଗେ ନୟାଗଡ଼ରେ କାର୍ଯ୍ୟରତ ସରକାରୀ ବସ୍‌ର ଅଧିକାରୀ ଓ ଚୌଧୁରୀ ବସ୍ ମାଲିକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରିନଥିଲେ। କଣ୍ଟିଲୋ ଗ୍ରାମ ଦେଇ ବସ୍ ଚଳାଚଳ କରିବା ପାଇଁ ଯେହେତୁ ଉକ୍ତ ଉଭୟ ବସ୍‌ର ରୁଟ୍ ପରିମିଟ୍ ଅଛି, ସେଥିପାଇଁ ଏହି ଦୁଇଟି ବସ୍ କଣ୍ଟିଲୋ ବସ୍‌ଷ୍ଟାଣ୍ଡ ଦେଇ ଯାତାୟାତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥି ନିମନ୍ତେ ସଂପୃକ୍ତ ସରକାରୀ ଅଧିକାରୀ ଏବଂ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଯୁବ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଜରିଆରେ ଏ ଅଞ୍ଚଳର ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକ, ନାଗରିକ ମଞ୍ଚ, ବିକାଶ ପରିଷଦ ଓ ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଦାବି ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking