20.1 C
Bhubaneswar
Monday, February 9, 2026
Homeଖେଳଏମ୍‌ବାପେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ଏମ୍‌ବାପେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ଷ୍ଟକ୍‌ହୋମ୍‌: ଫ୍ରାନ୍ସର ଷ୍ଟାର୍ ଫୁଟ୍‌ବଲର୍ କିଲିୟନ୍ ଏମ୍‌ବାପେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ସ୍ୱିଡେନ୍ ମିଡିଆରେ ପ୍ରକାଶ ପାଇଥିବା ଏହି ରିପୋର୍ଟକୁ ଏମ୍‌ବାପେଙ୍କ ଟିମ୍ ପକ୍ଷରୁ ଖଣ୍ଡନ କରାଯାଇଛି। ୨୫ ବର୍ଷୀୟ ଫୁଟ୍‌ବଲର୍ ଏକ ଏକ୍ସ’ ପୋଷ୍ଟରେ ସମ୍ପୃକ୍ତ ରିପୋର୍ଟକୁ ଟ୍ୟାଗ୍‌କରିବା ସହ ଏହାକୁ ‘ଫେକ୍ ନ୍ୟୁଜ୍‌’ ବୋଲି ଦର୍ଶାଇଛନ୍ତି। ଏମ୍‌ବାପେଙ୍କ ବିରୋଧରେ ଏକ ବଳାତ୍କାର ସମ୍ବନ୍ଧୀୟ ମାମଲାର ଯାଞ୍ଚ୍ ଚାଲିଥିବା ସ୍ୱିଡେନ୍‌ର କେତେକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା।

ମଙ୍ଗଳବାର ସ୍ୱିଡେନ୍‌ର ସରକାରୀ ଓକିଲ ଏକ ବୟାନରେ କହିଥିଲେ ଯେ ପୁଲିସ୍ ନିକଟରେ ଏକ ବଳାତ୍କାର ମାମଲାର ଅଭିଯୋଗ ଆସଛି। ମାତ୍ର ଏଥିରେ କାହାରି ନାମ ଦର୍ଶାଯାଇ ନାହିଁ। ରିପୋର୍ଟ ଅନୁସାରେ ଏହି ଘଟଣା ଷ୍ଟକ୍‌ହୋମ୍‌ର ଏକ ହୋଟେଲ୍‌ରେ ଚଳିତ ଅକ୍ଟୋବର ୧୦ ତାରିଖର ବୋଲି ବୟାନରେ କହାଯାଇଛି। ସ୍ୱିଡିଶ୍ ସମାଚାରପତ୍ର ଆଫ୍‌ଟନ୍‌ବ୍ଲାଡେଟ୍ ଏବଂ ଏକ୍ସପ୍ରେସନ୍ ସହିତ ପବ୍ଲିକ୍ ବ୍ରଡ୍‌କାଷ୍ଟର୍ ଏସ୍‌ଭିଟି ନିଜ ନିଜର ରିପୋର୍ଟରେ ଦାବି କରିଥିଲେ ଯେ ଏମ୍‌ବାପେଙ୍କ ବିରୋଧରେ ଯାଞ୍ଚ ଜାରୀ ରହିଛି। ଏପ୍ସପ୍ରେସନ୍ ରିପୋର୍ଟ ଅନୁସାରେ ପଲିସ ପ୍ରମାଣ ସ୍ୱରୂପ କପଡ଼ା ମଧ୍ୟ ଜବତ କରିଛି। ପୂର୍ବରୁ ଦାବି କରାଯାଉଥିଲା ଯେ ଏମ୍‌ବାପେଙ୍କ ବିରୋଧରେ ବଳାତ୍କାର ଏବଂ ଯୌନ ଉତ୍ପୀଡ଼ନର ଆପାତତଃ ସନ୍ଦେହ ରହିଛି। ତେବେ କୌଣସି ଔପଚାରିକ ଅଭିଯୋଗ କରାଯାଇ ନାହିଁ। ଅର୍ଥାତ୍ କୌଣସି ସନ୍ଦିଗ୍ଧ ହାଜତରେ ନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking