20.1 C
Bhubaneswar
Monday, February 9, 2026
Homeଖେଳମୁଲ୍‌ତାନ୍ ଟେଷ୍ଟ: ବେନ୍ ଡକେଟ୍‌ଙ୍କ ଶତକ, ସାଜିଦ୍‌ଙ୍କୁ ୪ ୱିକେଟ୍‌; ୧୨୭ ରନ୍ ପଛରେ ଇଂଲଣ୍ଡ

ମୁଲ୍‌ତାନ୍ ଟେଷ୍ଟ: ବେନ୍ ଡକେଟ୍‌ଙ୍କ ଶତକ, ସାଜିଦ୍‌ଙ୍କୁ ୪ ୱିକେଟ୍‌; ୧୨୭ ରନ୍ ପଛରେ ଇଂଲଣ୍ଡ

ମୁଲତାନ: ପାକିସ୍ତାନ ବିପକ୍ଷ ତିନି ଟେଷ୍ଟ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୧୨୭ ରନ୍ ପଛରେ ରହିଛି। ୩୬୬ ରନ୍‌ର ଜବାବରେ ଇଂଲଣ୍ଡ ବୁଧବାର ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ପ୍ରଥମ ଇନିଂସ୍‌ରେ ୬ ୱିକେଟ୍ ହରାଇ ୨୩୯ ରନ୍ କରିଛି। ଦ୍ୱିତୀୟ ଦିନ ଷ୍ଟମ୍ପ୍‌ସ ବେଳକୁ ଜେମି ସ୍ମିଥ୍ ୧୨ ଏବଂ ବ୍ରାୟଡନ୍ କାର୍ସ ୨ ରନ୍‌ରେ ବ୍ୟାଟିଂ କରୁଥିଲେ।

ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ୍ ଶତକ ହାସଲ କରି ଆଉଟ୍ ହୋଇଛନ୍ତି। ସେ ୧୨୯ ବଲ୍‌ରେ ୧୧୪ ରନ୍ କରିଥିବା ବେଳେ ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ଚତୁର୍ଥ ଶତକ। ତାଙ୍କ ବ୍ୟତୀତ ଜୋ ରୁଟ୍ ୩୪, ଓଲି ପୋପ୍ ୨୯, ଜ୍ୟାକ୍ କ୍ରଲି ୨୭ ରନ୍ କରି ଆଉଟ୍ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ର ତ୍ରିଶତକ ହାସଲକାରୀ ହ୍ୟାରୀ ବ୍ରୁକ୍ ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ମାତ୍ର ୧ ରନ୍ କରିଛନ୍ତି। ପାକିସ୍ତାନ ପକ୍ଷରୁ ସାଜିଦ୍ ଖାନ୍ ସର୍ବାଧିକ ୪ଟି ଏବଂ ନୋମାନ୍ ଅଲୀ ଦୁଇଟି ୱିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପାକିସ୍ତାନ ଦ୍ୱିତୀୟ ଦିନ ୨୫୯/୫ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରି ଆଉ ୧୦୭ ରନ୍‌ରେ ବାକି ୫ ୱିକେଟ୍ ହରାଇଥିଲା। ଟିମ୍ ପାଇଁ ନିଜର ଡେବ୍ୟୁ ମ୍ୟାଚ୍ ଖେଳୁଥିବା କାମରାନ୍ ଗୁଲାମ ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଥିଲେ। ସେ ୨୨୪ ବଲ୍‌ରେ ୧୧୮ ରନ୍‌ର ଇନିଂସ୍ ଖେଳିଛନ୍ତି। ତାଙ୍କ ବ୍ୟତୀତ ସଇମ୍ ଅୟୁବ ୭୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରିଜ୍‌ୱାନ୍ ୪୧, ଆମିଲ୍ ଜମାଲ୍ ୩୭, ନୋମାନ୍ ଅଲୀ ୩୨ ଏବଂ ଆଗା ସଲ୍‌ମାନ୍ ୩୧ ରନ୍‌ର ଯୋଗଦାନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲିଚ୍ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ବ୍ରାୟଡନ୍ କାର୍ସ ୩ଟି ୱିକେଟ୍ ପାଇଥିଲେ। ମାଥ୍ୟୁ ପଟ୍ସଙ୍କୁ ୨ ଏବଂ ସୋଏବ୍ ବଶୀରଙ୍କୁ ଗୋଟିଏ ୱିକେଟ୍ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking