24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶଇସ୍ରାଏଲ୍ ଓ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ; ଲେବାନନ୍‌ର ୪ ଲକ୍ଷ ଶିଶୁ ବିସ୍ଥାପିତ

ଇସ୍ରାଏଲ୍ ଓ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ; ଲେବାନନ୍‌ର ୪ ଲକ୍ଷ ଶିଶୁ ବିସ୍ଥାପିତ

ବେରୁଟ: ଲେବାନନ୍‌ରେ ଇସ୍ରାଏଲ ଓ ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧର କୁପରିଣାମ ଶିଶୁମାନଙ୍କୁ ଭୋଗିବାକୁ ପଡ଼ିଛି। ଲେବାନନ୍ର ପ୍ରାୟ ୪ ଲକ୍ଷରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି। ଲେବାନନ୍‌ରେ ମାନବୀୟ କାର୍ଯ୍ୟ ପାଇଁ ନିୟୋଜିତ ୟୁନାଇଟେଡ୍ ନେଶନ୍ ଚିଲ୍‌ଡ୍ରେନ୍ ଫଣ୍ଡ୍‌(ୟୁନିସେଫ୍‌)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟେଡ୍ ଚାଇବାନ୍ ଏହି ସୂଚନା ଦେଇଛନ୍ତି।

ସେ ଚେତାବନୀ ଦେଇ କହିଛନ୍ତି ଯେ ଲେବାନନ୍ ପରି ଏକ ଛୋଟ ଦେଶରେ ଯୁଦ୍ଧ ଯୋଗୁଁ ଏକ ନିର୍ଦ୍ଦିଷ୍ଟ ପିଢ଼ି ଲୋପ ପାଇଯିବ। ଇସ୍ରାଏଲ ପକ୍ଷରୁ ସମ୍ପ୍ରତି ଗାଜାରେ ହମାସ ସହ ଓ ଲେବାନନ୍‌ରେ ହେଜବୋଲ୍ଲା ବିରୋଧରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ୧୨ ଲକ୍ଷ ଲୋକ ସେମାନଙ୍କ ଘରୁ ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ୩ ସପ୍ତାହ ମଧ୍ୟରେ ବେରୁଟ୍ ଏବଂ ଉତ୍ତର ଲେବାନନ୍‌ର ବିଭିନ୍ନ ଅଞ୍ଚଳକୁ ପଳାୟନ କରି ଆଶ୍ରୟସ୍ଥଳୀ ଗୁଡ଼ିକରେ ରହୁଛନ୍ତି। ଚାଇବାନ କହିଛନ୍ତି, ଗତ ୩ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ଶିଶୁ ଏବଂ ପିଲାମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ଲେବାନନ୍‌ର ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି।

ଦେଶରେ ପ୍ରାୟ ୧୨ ଲକ୍ଷ ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ବହୁ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଅନେକ ସ୍କୁଲକୁ ବିସ୍ଥାପିତମାନେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରୁଛନ୍ତି, ତେଣୁ ସେଠାରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ଲେବାନନ୍‌ର କେତେକ ଘରୋଇ ବିଦ୍ୟାଳୟ ଏବେ ମଧ୍ୟ ଚାଲୁ ରହିଥିବା ଚାଇବାନ କହିଛନ୍ତି। ଯୁଦ୍ଧ ଯୋଗୁଁ ଲେବାନନ୍‌ରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ବ୍ୟବସ୍ଥା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଦେଶରେ ରହୁଥିବା ପାଲେଷ୍ଟିନୀୟ ଏବଂ ଶିରୀୟ ଶରଣାର୍ଥୀମାନେ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛନ୍ତି। ଇସ୍ରାଏଲ ଓ ହେଜ୍‌ବୋଲ୍ଲା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଲେବାନନ୍‌ରେ ଅନେକ ଲକ୍ଷ ଶିଶୁଙ୍କ ଉପରେ ଶିକ୍ଷା ହରାଇବାର ବିପଦ ରହିଥିବା ଚାଇବାନ କହିଛନ୍ତି। ଲେବାନନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଦେଶର ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଗତ ୩ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବାବେଳେ ୮୦୦ରୁ ଅଧିକ ଶିଶୁ ଆହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking