17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି

ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳା ପଟି

ନୂଆଦିଲ୍ଲୀ : ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି। ପୂର୍ବରୁ ନ୍ୟାୟଦେବୀ ହାତରେ ଖଣ୍ଡା ଧରିଥିବା ବେଳେ ଏବେ ସମ୍ବିଧାନ ଧରିଛନ୍ତି। ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି।

ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି। ନ୍ୟାୟଦେବୀ ପୂର୍ବରୁ ବାମ ହାତରେ ନ୍ୟାୟ ତରାଜୁ ଧରିଥିଲେ। ଡାହାଣ ହାତରେ ଖଣ୍ଡା ଧରିଥିଲେ। ତାଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିଲା। ହେଲେ ଏହାକୁ ବଦଳା ଯାଇଛି। ନ୍ୟାୟ ଦେବୀ ବାମ ହାତରେ ସମ୍ବିଧାନ ଧରିଛନ୍ତି। ଡାହାଣ ହାତରେ ନ୍ୟାୟର ତରାଜୁ ରହିଛି। କିନ୍ତୁ ପୂର୍ବଭଳି ଆଖିରେ କଳାପଟି ନାହିଁ। କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking