32.1 C
Bhubaneswar
Wednesday, October 16, 2024
Homeଓଡିଶାବିସ୍ଫୋରକ ବୟାନ ଦେଲେ ଲତିକା ପ୍ରଧାନ

ବିସ୍ଫୋରକ ବୟାନ ଦେଲେ ଲତିକା ପ୍ରଧାନ

ଭୁବନେଶ୍ୱର: କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ ଦଳ ବିରୋଧୀ କାର୍ଯ୍ୟକରୁଛନ୍ତି ବୋଲି ଲତିକା ପ୍ରଧାନ କହିଛନ୍ତି ।

ଏପରିକି ମୋତେ ହରାଇବା ପାଇଁ ରଞ୍ଜିତା ପ୍ଲାନ କରିଥିଲେ ବୋଲି ଲତିକା କହିଛନ୍ତି । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା । ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ନେଇ ପ୍ରମାଣ ବି ଅଛି ବୋଲି ଲତିକା କହିଛନ୍ତି । ଏପରିକି ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି । କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସଭାପତିଙ୍କୁ ଅନୁରୋଧ କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking