32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶକାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, ୬ କୂଟନୀତିଜ୍ଞ ବହିଷ୍କୃତ

କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, ୬ କୂଟନୀତିଜ୍ଞ ବହିଷ୍କୃତ

ନୂଆଦିଲ୍ଲୀ: କାନାଡାରୁ ଦୂତାବାସ ପ୍ରତ୍ୟାହାର କଲା ଭାରତ । ଘନେଇଲା ଭାରତ-କାନାଡା କୂଟନୈତିକ ବିବାଦ । କାନାଡ଼ାସ୍ଥିତ ଭାରତର ଅଧିକାଂଶ ଦୂତାବାସ ଓ ହାଇ କମିଶନର ଦୂତାବାସ ପ୍ରତ୍ୟାହାର କଲା ଭାରତ । କାନାଡାରୁ କୂଟନୀତିଜ୍ଞଙ୍କୁ ମଧ୍ୟ ପ୍ରତ୍ୟାହାର କଲା ଭାରତ । କାନାଡ଼ା ସହ ବଢ଼ିଲା ତିକ୍ତତା । କାନାଡା ସହ ଭାରତର କୂଟନୈତିକ ସଂପର୍କରେ ତିକ୍ତତା । କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ । ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କୁ ଦିଲ୍ଲୀ ଡକରା । କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ।

 ଏପଟେ ଭାରତରେ ଅବସ୍ଥିତ ୬ ଜଣ କାନାଡା କୂଟନୈତିଜ୍ଞଙ୍କୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦୂତାବାସ ଛାଡିବାକୁ ଆଜି ସିଧା ସିଧା କହିଛି ବୈଦେଶିକ ମନ୍ତ୍ରଣାଳୟ । ହାଇକମିଶନରଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଫେରିବାକୁ ନିର୍ଦ୍ଦେଶ । କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ସମନ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତି ବିଶ୍ବାସ ନଥିବା କହିଲା ବୈଦେଶିକ ମନ୍ତ୍ରାଳୟ । ଏପଟେ ବୈଦେଶିକ ମନ୍ତ୍ରଣାଳୟରୁ ସମନ ପାଇ ଫେରିବା ପରେ ଭାରତ ସ୍ଥିତ କାନାଡା କୂଟନୈତିଜ୍ଞ କହିଛନ୍ତି ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking