19.1 C
Bhubaneswar
Wednesday, February 11, 2026
Homeଓଡିଶାଦୁର୍ଗା ପୂଜା ଭସାଣି ପାଇଁ ଟ୍ୱିନ ସିଟିରେ ଟ୍ରାଫିକ କଟକଣା

ଦୁର୍ଗା ପୂଜା ଭସାଣି ପାଇଁ ଟ୍ୱିନ ସିଟିରେ ଟ୍ରାଫିକ କଟକଣା

କଟକ/ଭୁବନେଶ୍ୱର : ଆଜି ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା। ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ମା’। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ୍।

ଭୁବନେଶ୍ୱର ଓ କଟକରେ ଭସାଣି ପାଇଁ କଟକଣା ଜାରି ହୋଇଛି। ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବ। ସହିଦ ନଗର ଭସାଣ ବେଳେ କୌଣସି ଯାନବାହନ ଭୁବନେଶ୍ୱର ବାଣୀବିହାର ପଟୁ ରୂପାଲି ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ନୟାପଲ୍ଲୀ ଭସାଣି ବେଳେ ସିଆରପି ପଟୁ ଗାଡ଼ି କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ଏକାମ୍ର ପାର୍କ,ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଯାଇପାରିବେ। ସେହିପରି ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନକୁ ଅନୁମତି ନାହିଁ। ଖୋର୍ଦ୍ଧା ପଟୁ ଆସୁଥିବା ଭାରି ଯାନ ଗୁଡ଼ିକ ଫାୟାର ଷ୍ଟେସନ୍ ଛକ ଠାରୁ ଫ୍ଲାଏ ଓଭର ବ୍ରିଜ ଦେଇ ଯାଇପାରିବେ।

ସେହିଭଳି କଟକରେ କଲେଜ ଛକଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ। ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking