ହାଇଦ୍ରାବାଦ୍: ମହମ୍ମଦ ସିରାଜଙ୍କୁ ତେଲଙ୍ଗାନା ଡିଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେଲଙ୍ଗାନା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଙ୍କ ତତ୍ତ୍ୱାବଧାନରେ ଡିଏସପି ଭାବେ ମହମ୍ମଦ ସିରାଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଡିଜିପି ଅଫିସରେ ଅନ୍ୟ ସିନିଅର ଅଫିସରଙ୍କ ଉପସ୍ଥିତିରେ ତେଲଙ୍ଗାନା ପୋଲିସ ଡିଜିପି ବୈଠକ କରିଥିଲେ । ଏହାପରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ସିରାଜ ।
Cricketer #MohammedSiraj officially took charge as Deputy Superintendent of Police (DSP) of #Telangana. pic.twitter.com/YuL8WZeVAw
— All India Radio News (@airnewsalerts) October 12, 2024
ବାରବାଡୋସରେ ୨୯ ଜୁନ୍ରେ ଟି୨୦ ବିଶ୍ୱକପ ଜିତିବାରେ ସିରାଜଙ୍କ ଯୋଗଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଟି୨୦ ବିଶ୍ୱକପ ଜିତିବା ପରେ ତେଲଙ୍ଗାନା ସିଏମ ଏ ରେବନ୍ତ ରେଡୀ ଜୁଲ୍ଲାଇରେ ସିରାଜଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଥିଲେ । ଏହାସହିତ ସିରାଜଙ୍କୁ ରୋଡ ନଂ ୭୮, ଜୁଲବି ହିଲ୍ସ, ହାଇଦ୍ରାବାଦରେ ୬୦୦ ବର୍ଗଫୁଟରେ ଏକ ଫ୍ଲାଟ ଉପହାର ଦେଇଛନ୍ତି ।










