29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଅନ୍ତିମ ଯାତ୍ରାରେ ରତନ ଟାଟା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟୁ

ଅନ୍ତିମ ଯାତ୍ରାରେ ରତନ ଟାଟା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟୁ

ନୂଆଦିଲ୍ଲୀ: ବୁଧବାର ମୃତ୍ୟୁବରଣ କରିଥିବା ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟୁ ମହାରାଷ୍ଟ୍ର ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା କରିବା ପାଇଁ ଘୋଷଣା କରିଛନ୍ତି । ରତନ ଟାଟାଙ୍କୁ ନୈତିକତା ଏବଂ ଉଦ୍ୟୋଗର ଏକ ନିଆରା ମିଶ୍‌୍ରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏହାକୁ ନେଇ ସେ ପୁରା ରାଜ୍ୟରେ ଶୋକ ଘୋଷଣା କରିଛନ୍ତି । ଟାଟଙ୍କ ମୃତ୍ୟୁଦେହକୁ ଆଜି ସକାଳ ୧୦.୩୦ ରୁ ୪ ଟା ପର୍ଯ୍ୟନ୍ତ ଦକ୍ଷିଣ ମୁମ୍ବାଇର ନିରିମାନ ଠାରେ ଥିବା ନ୍ୟାସନାଲ ସେଣ୍ଟର ପଫମିଂ ଆର୍ଟ (ଏନ୍‌ସିପିଏ)ରେ ରଖାଯିବ । ତାଙ୍କ ମୃତଦେହକୁ ଶେଷ ରୀତିନୀତି ପାଇଁ ଓ୍‌ବର୍ଲି ଶ୍ମସାନକୁ ନିଆଯିବ । ରତନ ଟାଟାଙ୍କ ଶେଷ ଯାତ୍ରାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ । ରତନ ଟାଟାଙ୍କ ଦେହାନ୍ତ ସହ ଏକ ଯୁଗର ଅନ୍ତ ହୋଇଛି । ସେ କେବଳ ଜଣେ ଭଳ ଶିଳ୍ପପତି ନୁହନ୍ତି ଭଲ ମଣିଷ ମଧ୍ୟ ଥିଲେ । ତାଙ୍କ ଖାଲି ସ୍ଥାନ କେହି ପୂରଣ କରିପାରିବେ ନାହିଁ । ଗତ ଦୁଇ ଦଶନ୍ଧି ଧରି ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ଭାବେ ରହିଥିଲୋ ଏଭଳି ବ୍ୟକ୍‌ତିଙ୍କୁ ହରାଇ ସାରା ଦେଶ ଦୁଖିତ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତୀ ଦ୍ରୌପଦି ମୁର୍ମୁ ଶୋକପ୍ରକାଶ କରିଛନ୍ତିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking