24.1 C
Bhubaneswar
Tuesday, February 10, 2026
Homeଓଡିଶାପଞ୍ଚାୟତିରାଜ ବିଭାଗର ଅଧିକାରୀ ଗିରଫ; ଆୟଠୁ ୧୨୩% ଅଧିକ ସଂପତ୍ତି

ପଞ୍ଚାୟତିରାଜ ବିଭାଗର ଅଧିକାରୀ ଗିରଫ; ଆୟଠୁ ୧୨୩% ଅଧିକ ସଂପତ୍ତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୧୨୩% ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ରମେଶଚନ୍ଦ୍ର ଜେନାଙ୍କର ଭୁବନେଶ୍ୱରର ଗୋଠପାଟଣାରେ ଗୋଟିଏ ତିନି ମହଲା କୋଠା ଅଛି। ଏହାର ଦାମ ୧.୦୨ କୋଟି ଟଙ୍କା। ସେହିପରି ଭୁବନେଶ୍ୱରର କଳିଙ୍ଗ ନଗରରେ ତାଙ୍କର ଏକ ଦୁଇ ମହଲା କୋଠା ଅଛି। ଖୋର୍ଦ୍ଧାର ନିରାକରପୁରରେ ତାଙ୍କର ଗୋଟିଏ ଘର ଅଛି।

ଭୁବନେଶ୍ୱରରେ ତାଙ୍କର ୪ଟି ପ୍ଲଟ ଥିବା ବେଳେ ପୁରୀର କଣାସରେ ଗୋଟିଏ ପ୍ଲଟ ଅଛି। ସେ ୫ଲକ୍ଷ ୫୦ ହଜାର ଟଙ୍କା ଜମା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ୨ ଚକିଆ ଗାଡ଼ି ଅଛି। ତାଙ୍କ ଘରୁ ଜବତ ନଗଦ ଟଙ୍କା, ସୁନା ଗହଣା ଓ ଅନ୍ୟାନ୍ୟ ଜିନିଷପତ୍ରର ଦାମ୍ ମିଶି ପ୍ରାୟ ୯ ଲକ୍ଷ ଟଙ୍କା ହେବ। ଗତକାଲି ଭିଜିଲାନ୍ସ ପକ୍ଷରୁ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking