29.1 C
Bhubaneswar
Wednesday, October 16, 2024
Homeଅପରାଧଦୃଷ୍ଟିହୀନ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ!

ଦୃଷ୍ଟିହୀନ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ!

ଭୁବନେଶ୍ୱର: ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା । ଜଣେ ଦୃଷ୍ଟିହୀନ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଅକଥନୀୟ ନିର୍ଯାତନା ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଜଗତସିଂହପୁର ଅଞ୍ଚଳର ମିଲି (ଛଦ୍ମନାମ, ୩୧ ବର୍ଷ) ୨୦୨୦ରେ ଦୃଷ୍ଟିହୀନ ସଂଘରେ ତାଲିମ ନେଉଥିଲେ । ସ୍ୱାମୀ ସଂଘର ଜଣେ ସାଧାରଣ ସଭ୍ୟ ହୋଇଥିବାରୁ ସେ ସେଠାରେ ରହୁଛନ୍ତି । ରହିବା ଦିନ ଠାରୁ ଉକ୍ତ ସଂଘର ନିଲମ୍ବିତ କର୍ମଚାରୀ ଜ୍ୟୋତି ରଞ୍ଜନ ଦାସ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ । ଏମିତିକି ଏକାକୀ ଥିଲାବେଳେ ତାଙ୍କୁ ଯୌନ ନିର୍ଯାତନା ବି ଦେଉଥିଲେ ।

ଗତ ୧ ତାରିଖ ରାତି ୯ଟା ବେଳେ ମିଲି ସ୍ୱାମୀଙ୍କ ପାଖରେ ଶୋଇଥିଲାବେଳ ଅଭିଯୁକ୍ତ ଜ୍ୟୋତି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମିଲି ପ୍ରତିବାଦ କରିବାରୁ ତାଙ୍କ ଚୁଟି ଘୋଷାଡି ମାଡ଼ ମାରିଥିଲେ । ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଥାନାରେ ଅଭିଯୋଗ କରିବା ପରେ ମିଲିଙ୍କ ପାଇଁ ଅଡୁଆ ବଢ଼ିଛି । ତାଙ୍କୁ ସେଠାରୁ ବାହାର କରିଦେବା ପାଇଁ କିଛି ବ୍ୟକ୍ତି ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ୍ କହିଛି, ଅଭିଯୋଗ ପରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking