26.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶମଧ୍ୟପ୍ରଦେଶରୁ ୧,୮୧୪ ଟଙ୍କାର ଡ୍ରଗ୍ସ ଜବତ

ମଧ୍ୟପ୍ରଦେଶରୁ ୧,୮୧୪ ଟଙ୍କାର ଡ୍ରଗ୍ସ ଜବତ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି, ଯାହାର ମୂଲ୍ୟ ୧,୮୧୪ କୋଟି ଟଙ୍କା ହେବ । ଏହି କାରାଖାନାରେ ନିଷିଦ୍ଧ ଏମ୍‌ଡି ଡ୍ରଗ୍ସ ତିଆରି ଚାଲିଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ) ଏବଂ ଦିଲ୍ଲୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମିଳିତ ଭାବେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭାଇ ଏନେଇ ଏକ୍ସ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏଥିସହ ତଦନ୍ତକାରୀ ସଂସ୍ଥାଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ଡ୍ରଗ୍ସ ବିରୋଧ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ ଏହି ସଫଳତା ଡ୍ରଗ୍ କାରବାର ତଥା ଅପବ୍ୟବହାରରକୁ ରୋକିବା ପାଇଁ ତଦନ୍ତକାରୀ ସଂସ୍ଥା କିପରି ଭାବେ ଅହରାତ ଉଦ୍ୟମ କରୁଛନ୍ତି, ତାହା ଦର୍ଶାଉଛି ।

ସ୍ୱାସ୍ଥ୍ୟ ତଥା ନିରାପତ୍ତା ରକ୍ଷା କରିବାରେ ସେମାନଙ୍କର ସହଯୋଗୀ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ଏକ ନିରାପଦ ତଥା ସୁସ୍ଥ ରାଷ୍ଟ୍ର କରିବା ପାଇଁ ଚାଲିଥିବା ଏହି ମିଶନକୁ ଦେଶବାସୀ ପୂର୍ଣ୍ଣ ସମର୍ଥନ ଦେବା ଅତ୍ୟନ୍ତ ଜରୁରି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଚଢଉ କରାଯାଇଧିଲା । ପ୍ରାୟ ୫ ହଜାର ୬୦୦ କୋଟି ଟଙ୍କାର କୋକେନ ଏବଂ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଥିଲା । ନିଶା କାରବାର ତଥା ଅପବ୍ୟବହାର ରୋକିବା ଦିଗରେ ଏହା ଦେଶର ସର୍ବବୃହତ୍ ସଫଳତା ବୋଲି ବିବେଚନା କରାଯାଉଥିବା ବେଳେ ଏବେ ମଧ୍ୟପ୍ରଦେଶରୁ ଏପ୍ରକାର ବିପୁଳ ପରିମାଣର ଡ୍ରଗ୍ସ ଜବତ ହେବା ଘଟଣା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking