24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଷ୍ଟଣ୍ଟ କରୁ କରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ

ଷ୍ଟଣ୍ଟ କରୁ କରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ

ଉତ୍ତରପ୍ରଦେଶ : ଷ୍ଟଣ୍ଟ କରୁ କରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ। ଏଥିସହ ଯୁବକଙ୍କ ପଛରେ ବସିଥିବା ତାଙ୍କ ସାଙ୍ଗଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ବିଚଳିତ କରିବା ପରି ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ମୃତକ ୨୬ ବର୍ଷୀୟ ବାଇକ୍‌ ଚାଳକ ବିଜୟ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ତାଙ୍କ ସାଙ୍ଗ ଲଳିତଙ୍କ ଅବସ୍ଥା ଗୁରୁତର ଅଛି। ବିଜୟ ନିଜ ବାଇକ୍‌ରେ ଲଳିତଙ୍କୁ ବସାଇ ରାସ୍ତା ଉପରେ ଷ୍ଟଣ୍ଟ ସିନ୍‌ କରୁଥିଲେ। ଏହି ସମୟରେ ସେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ। ମାତ୍ର ମାସ୍କଟି ତାଙ୍କ ଆଖି ଆଗକୁ ଚାଲି ଯିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ଦ୍ରୁତ ଗତିରେ ଥିବା ବାଇକ୍‌ଟି ରାସ୍ତା ତଳକୁ ଖସି ଏକ କାନ୍ଥରେ ପିଟି ହୋଇଥିଲା। ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଲଳିତାଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜସ୍ଥାନର ଅଲୱରରେ କିଛି ଦିନ ପୂର୍ବେ ଏପରି ଏକ ଘଟଣା ଘଟିଥିଲା। ବାଇକ୍‌ରେ ଛିଡ଼ା ହୋଇ ଷ୍ଟଣ୍ଟ ଦେଉଥିବା ବେଳେ ଦୁଇ ଯୁବକ ରିଲ୍ସ କରୁଥିଲେ। ମାତ୍ର ହଠାତ୍‌ ଏକ କାର୍‌ ବାଇକ୍‌କୁ ଧକ୍କା ଦେଲା ଓ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking