28.9 C
Bhubaneswar
Tuesday, June 30, 2026
Homeଅପରାଧଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ

ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ

ସୁନ୍ଦରଗଡ଼ : ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁଇ ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁରେ ।ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ ଟା ୫୦ ସମୟରେ ରତନପୁର ଗାଁର ପାଣ୍ଡୁ ପ୍ରଧାନଙ୍କ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଦୁଇ ଭାଇ ବିଜୟ ମହାନନ୍ଦିଆ ଏବଂ ଦୁଲା ମହାନନ୍ଦିଆ ହାଣି ହତ୍ୟା କରିଛନ୍ତି। ଘଟଣା ଘଟାଇ ଦୁଇ ଅଭିଯୁକ୍ତ ଫେରାର ରହିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ ଘଟଣାନେଇ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking