26.9 C
Bhubaneswar
Monday, October 7, 2024
Homeଦେଶ ବିଦେଶକରାଚୀ ବିମାନବନ୍ଦର ଉପରେ ଆକ୍ରମଣ ; ୨ ମୃତ, ୧୦ ଆହତ

କରାଚୀ ବିମାନବନ୍ଦର ଉପରେ ଆକ୍ରମଣ ; ୨ ମୃତ, ୧୦ ଆହତ

ନୂଆଦିଲ୍ଲୀ : ରବିବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚୀ ବିମାନବନ୍ଦର ନିକଟରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ବିମାନବନ୍ଦର ବାହାରେ ଚୀନ ନାଗରିକଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି। ଫଳରେ ୨ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ନାଗରିକ ଗୁରୁତର ଆହତ ହୋଇଛନ୍ତି।ବାଲୋଚ ଲିବରେସନ ଆର୍ମି(ବିଏଲଏ) ଏହି ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ସ୍ଵୀକାର କରିଛି। ଏକ ଗାଡ଼ିରେ ବିସ୍ଫୋରକ ସାମଗ୍ରୀ ରଖାଯାଇ ଏହି ବିସ୍ଫୋରଣ କରାଯାଇଛି।ପାକିସ୍ତାନରେ ଅବସ୍ଥାପିତ ଚୀନ ଦୂତାବାସ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଘଟଣାର ଦୃଢ଼ ନିନ୍ଦା କରାଯାଇଛି। ଚୀନ ନାଗରିକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବା ସହିତ ଏହି ଘଟଣାର ସବିଶେଷ ତଦନ୍ତ କରିବାକୁ ପାକ୍ ସରକାରଙ୍କ ନିକଟରେ ଦୂତାବାସ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking