29.1 C
Bhubaneswar
Saturday, October 5, 2024
Homeଅପରାଧତଣ୍ଟି କଟା ଅବସ୍ଥାରେ ଝିଅର ମୃତଦେହ ଉଦ୍ଧାର

ତଣ୍ଟି କଟା ଅବସ୍ଥାରେ ଝିଅର ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହାବରାଳ ଲଜ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନୋରମାଙ୍କ ତଣ୍ଟି କଟା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତକଙ୍କ ବାପା ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରନ୍ତି । ଆଜି ସେ ଓ ତାଙ୍କ ସ୍ତ୍ରୀ ଛତୁ ବେପାର କରିବା ପାଇଁ ଯାଇଥିବାବେଳେ ତାଙ୍କ ସାନ ଝିଅ କଲେଜ ଯାଇଥିଲେ ।

ମନୋରମା ଘରେ ଏକା ଥିଲେ, ଦିନ ୧୧ଟା ସମୟରେ ମନୋରମା ଚାଉଳ ନେଇ ଘରକୁ ଫେରିବା ପରେ ବାପା ଓ ମା‘କୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ବିପ୍ରହର ସମୟରେ ବାପା ମା’ ଘରକୁ ଫେରିବାବେଳେ ଦେଖିଥିଲେ । ସେତେବେଳେ ଝିଅ ମନୋରମାର ତଣ୍ଟି କଟାଯାଇଥିବାବେଳେ ରକ୍ତ ଜୁଡୁବୁଡୁ ହୋଇ ମୁହଁ ମାଡି ତଳକୁ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓଙ୍କ ନେତୃତ୍ବରେ ପୋଲିସ ତଦନ୍ତ ଚଳାଇଛନ୍ତି । ସବିଶେଷ ତଥ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ମହେନ୍ଦ୍ର ମୁର୍ମୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking