19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗୁପ୍ତ ସ୍ଥାନରେ ନସରଲ୍ଲାଙ୍କ ଅନ୍ତିମ ସଂସ୍କାର

ଗୁପ୍ତ ସ୍ଥାନରେ ନସରଲ୍ଲାଙ୍କ ଅନ୍ତିମ ସଂସ୍କାର

ବେରୁଟ୍‌ : ଇସ୍ରାଏଲ୍ ଆକ୍ରମଣରେ ପ୍ରାଣ ହରାଇଥିବା ହିଜବୁଲ୍ଲା ସଂଗଠନ ମୁଖ୍ୟ ହସନ୍ ନସରଲ୍ଲାଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର କରାଯାଇଛି। ତେବେ ବାସ୍ତବରେ କେଉଁଠି ତାଙ୍କୁ କବର ଦିଆଯାଇଛି ସେସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। କୁହାଯାଉଛି ତାଙ୍କୁ ଲେବାନନ୍ ସ୍ଥିତ ହିଜବୁଲ୍ଲା ସଂଗଠନର ମୁଖ୍ୟାଳୟ ପରିସରରେ ହିଁ କବର ଦିଆଯାଇଛି। କିନ୍ତୁ ଆଉ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲେବାନନ୍‌ରେ ନୁହେଁ ବରଂ ତାଙ୍କ ମରଶରୀରକୁ ଇରାକ୍ କିମ୍ବା ଇରାନ୍‌ର କେଉଁ ଅଞ୍ଚଳରେ କବର ଦିଆଯାଇଥାଇପାରେ। ହିଜବୁଲ୍ଲା ମଧ୍ୟ ନସରଲ୍ଲାଙ୍କ କବରସ୍ଥଳୀ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ସୁତରାଂ ହସନ୍ ନସରଲ୍ଲାଙ୍କୁ ଅସ୍ଥାୟୀ ଭାବେ କବର ଦିଆଯାଇଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ଅବସ୍ଥାରେ ସର୍ବସମ୍ମୁଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସର୍ବସମ୍ମୁଖରେ ଅନ୍ତିମ ସଂସ୍କାର ପାଇଁ ସମୟ ପରବର୍ତ୍ତୀ ଅବସ୍ଥାରେ ଚୟନ କରାଯିବ। ସେଯାଏ ନସ୍ରଲ୍ଲାଙ୍କ ମରଶରୀର ଅସ୍ଥାୟୀ କବରରେ ରହିବ ବୋଲି କିଛି ରିପୋର୍ଟ ସାମ୍ନାକୁ ଆସିଛି।
ପ୍ରକାଶ, ଗତ ୨୭ରେ ଲେବନାନନର ବେରୁଟ୍ ଠାରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ଏବଂ ଇରାନର କେତେକ ବରିଷ୍ଠ କମାଣ୍ଡାଣ୍ଟଙ୍କ ସହ ନସରଲ୍ଲାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହାର ଦିନକ ପରେ ବେରୁଟ ସ୍ଥିତ ହିଜବୁଲ୍ଲାର ଧ୍ୱଂସବିଧ୍ୱସ୍ତ ମୁଖ୍ୟାଳୟର ବଙ୍କର ମଧ୍ୟରୁ ନସରଲ୍ଲାଙ୍କ ମୃତଦେହ ମିଳିଥିଲା। ନସରଲ୍ଲାଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ହିଜବୁଲ୍ଲା ଏକ ବିଶାଳ ଶୋଭାଯାତ୍ରା କରିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ଆଶଙ୍କା ମଧ୍ୟରେ ହିଜବୁଲ୍ଲା ଏସବୁରୁ ଦୂରେଇ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking