30.1 C
Bhubaneswar
Saturday, October 5, 2024
Homeଓଡିଶାରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି : ମିଳିବ ୭୮ ଦିନର ବୋନସ

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି : ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ: ରେଲୱେ କର୍ମଚାରୀଙ୍କୁ ପୂଜା ଭେଟି। ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ । ଆଜି କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ନେଇ ଘୋଷଣା କରିଛନ୍ତି । ବୋନସ୍ ବାବଦକୁ ୨ହଜାର ୨୯ କୋଟି ଟଙ୍କା କ୍ୟାବିନେଟରେ ମଞ୍ଜୁର ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଉପକୃତ ହେବେ ୧୧ ଲକ୍ଷ ୭୨ ହଜାର ୨୪୦ ଜଣ ରେଳ କର୍ମଚାରୀ । ରେଳ କର୍ମଚାରୀଙ୍କ ଭଲ ପ୍ରଦର୍ଶନ ଆଧାରରେ ଏହି ବୋନସ୍ ମିଳିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ଏହାସହ ଆଉ ୫ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ବଙ୍ଗାଳୀ, ମରାଠୀ, ପାଲି, ପ୍ରାକୃତି ଓ ଅହମିଆକୁ ଏହି ଶାସ୍ତ୍ରୀୟ ମାନ୍ୟତା ମିଳିଛି । ପୂର୍ବରୁ ୬ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking