28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଭୟାବହ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ୮ ରୋଗୀ ମୃତ

ଭୟାବହ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ୮ ରୋଗୀ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ତାଇୱାନର ଏକ ଡାକ୍ତରଖାନାରେ ଆଜି (ଗୁରୁବାର) ସକାଳେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ‘କ୍ରାଥନ୍‌’ ଝଡ ଯୋଗୁଁ ଅବସ୍ଥା ବିଗିଡି ଯାଇଥିବା ପିଙ୍ଗଟାଙ୍ଗ ପ୍ରଦେଶର ଏକ ଡାକ୍ତରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି । କୁହାଯାଉଛି ଯେ, ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ଧୂଆଁ ବ୍ୟାପିଯାଇଥିଲା ଏବଂ ଶ୍ୱାସରୁଦ୍ଧ ହୋଇ ଆଠ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ, ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟ ୧୦ ଜଣ ରୋଗୀଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅଗ୍ନିଶମ କର୍ମଚାରୀଙ୍କୁ ରୋଗୀ ମାନଙ୍କୁ ସ୍ଥାନାନ୍ତର କରିବା ଏବଂ ନିଆଁ ଲିଭାଇବାରେ ନିୟୋଜିତ କରାଯାଇଥିଲା । ଅନ୍ୟପକ୍ଷରେ ତାଇୱାନର ପାଣିପାଗ ଅଧିକାରୀଙ୍କ ଅନୁଯାୟୀ ଟାଇଫୁନ୍ ‘କ୍ରାଥନ୍‌’ ପ୍ରମୁଖ ବନ୍ଦର ସହର କାଓହସିଙ୍ଗରେ ଅବତରଣ କରିଛି ଏବଂ ଘଣ୍ଟା ପ୍ରତି ୧୨୬ କିଲୋମିଟର ବେଗରେ ପବନ ବହିବ । ଗତ ୫ ଦିନ ଧରି ଝଡ଼ ତୋଫାନ ଓ ବର୍ଷା ଯୋଗୁଁ ଦ୍ୱୀପର ପୂର୍ବ ଏବଂ ଦକ୍ଷିଣ ଭାଗ ବୁଡ଼ି ଯାଇଛି । ଦ୍ୱୀପରେ ଥିବା ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ଦୁଇ ଦିନ ପାଇଁ ବନ୍ଦ ରହିଛି ଏବଂ ସମସ୍ତ ଘରୋଇ ବିମାନ ଚଳାଚଳ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking